Deva Snana Purnima; ଦେବସ୍ନାନ ପୂର୍ଣ୍ଣମୀରେ କିପରି ଶ୍ରୀମନ୍ଦିର ଯିବେ ଜାଣନ୍ତୁ ? କେଉଁ ଦ୍ଵାରରେ ପ୍ରବେଶ ଅନୁମତି
ଆଉ ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡ଼ି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ । ସେଥିପାଇଁ ଆଜି ଜ୍ୟେଷ୍ଠ ତ୍ରୟୋଦଶୀ ତିଥିରେ ଦଇତାପତି ସେବାୟତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଦେବସ୍ନାନ ପୂର୍ଣ୍ଣିମାରେ ଦିବ୍ୟସ୍ନାନ ପରେ ଦୁର୍ଲଭ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ ।ସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।
ସିଂହଦ୍ବାର ଦେଇ ପ୍ରବେଶ
ତେବେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର ୪ ଟି ଦ୍ଵାର ମଧ୍ୟରୁ ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ ଏବଂ ଏବଂ ଅନ୍ୟ ତିନୋଟି ଦ୍ବାର ପଶ୍ଚିମ ଦ୍ବାର, ଉତ୍ତର ଦ୍ବାର ଏବଂ ଦକ୍ଷିଣ ଦ୍ବାର ଦେଇ ପ୍ରସ୍ଥାନ କରିବେ।ବଡ ଦାଣ୍ଡ ପାର୍ଶ୍ବରୁ ଏବଂ ବିଭିନ୍ନ ଗଳିରୁ ଆସୁଥୁବା ଭକ୍ତ ମାର୍କେଟ ଛକରୁ ଆରମ୍ଭ ହେଉଥିବା ବ୍ୟାରିକେଡ୍ ଦେଇ ପ୍ରବେଶ କରିବେ।
ଭକ୍ତମାନେ ବଡ ଦାଣ୍ଡ ସ୍ଥିତ ବ୍ୟାରିକେଡ୍ ଭିତର ଦେଇ ଶ୍ରୀ କୃଷ୍ଣ ସିନେମା ହଲ୍ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପେଟ ଆସିବେ ଏବଂ SJRC ଠାରେ ପହଞ୍ଚି SJRC DFMD ଯାଞ୍ଚ କରାଇ ଦୋଳବେଦୀ କୋଣ ଠାରେ ଥିବା ଷ୍ଟିଲ୍ ବ୍ୟାରିକେଡ୍ କୁ ପ୍ରବେଶ କରିବେ ।

ଭକ୍ତମାନେ ସିଂହ ଦ୍ବାର ଦେଇ ପ୍ରବେଶ କରିବେ ଏବଂ ସେମାନଙ୍କୁ ଉତ୍ତର, ପଶ୍ଚିମ ଏବଂ ଦକ୍ଷିଣ ଦ୍ବାର ଦେଇ ପ୍ରସ୍ଥାନ କରିବାକୁ ଅନୁମତି ଦିଆଯିବ।
ଉତ୍ତର ଦ୍ବାରରୁ ପ୍ରସ୍ଥାନ କରୁଥିବା ଭକ୍ତମାନେ ବଡ ଦାଣ୍ଡ ଦେଇ ନିଜ ସୁବିଧା ଅନୁସାରେ ଯେକୌଣସି ମାର୍ଗ ଦେଇ ଯାଇପାରିବେ।
ଶନିବାର ମହାପ୍ରଭୁଙ୍କ ସ୍ନାନ ଯାତ୍ରା। ୧୦୮ କୁମ୍ଭ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧା ମୂରତି। ଆଜି ପହୁଡ଼ ନୀତି ପରେ ଦଇତାପତିମାନେ ମହାପ୍ରଭୁଙ୍କ ବାହୁଟକଣ୍ଟ ନୀତି କରିବେ। ସ୍ନାନଯାତ୍ରା ପହଣ୍ଡି ପାଇଁ କୋଠସୁଆଁସିଆମାନେ ରତ୍ନ ସିଂହାସନରେ ଚାରମାଳ ବାନ୍ଧିବେ। ଆସନ୍ତାକାଲି ସକାଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତିମାନେ ସେନାପଟା ଲାଗି କରିବେ।ଏ ସମସ୍ତ ନୀତି ପାଇଁ ଆଜି ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ଦଇତାପତି ସେବାୟତ












Click it and Unblock the Notifications