Get Updates
Get notified of breaking news, exclusive insights, and must-see stories!

ଆଜି ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା; ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆଜି ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ ସ୍ନାନଯାତ୍ରା ବା ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ପବିତ୍ର ଦେବସ୍ନାନ ପୁର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ତିନି ଠାକୁର । ପରେ ହାତୀବେଶ ବା ଗଜାନନ ବେଶରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ ।

ନୀତିକାନ୍ତି ପରେ ଦିନ ୩ଟା ୩୦ରେ ହାତୀବେଶ ହେବ । ପୁରା ପୁରୀକୁ କାଲି ୬୮ ପ୍ଲାଟୁନ ପୁଲିସ ଜଗିବେ । ଭକ୍ତମାନେ ବ୍ୟାରିକେଡରେ ସିଂହଦ୍ୱାର ଦେଇ ସ୍ନାନବେଦୀରେ ହାତୀବେଶ ଦର୍ଶନ କରିପାରିବେ । ପରେ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଏଥିପାଇଁ ଟ୍ରାଫିକ କଟଣା ବି ଜାରି ହୋଇଛି ।

ମହାପ୍ରଭୁଙ୍କ ସ୍ନାନଯାତ୍ରା ନୀତି

  1. -୫ଟାରୁ ୭ଟା ମଧ୍ୟରେ ପହଣ୍ଡି
  2. -୧୨.୨୦ରୁ ୧.୪୫ ମଧ୍ୟରେ ପ୍ରତ୍ୟକ୍ଷ ସ୍ନାନନୀତି
  3. -୧୦୮ ଗରା ସୁବାସିତ ଜଳରେ ଗାଧେଇବେ ଶ୍ରୀଜୀଉ
  4. -ଜଗନ୍ନାଥ ୩୫ ଗରା, ବଳଭଦ୍ର ୩୩ ଗରା, ସୁଭଦ୍ରା ୨୨ ଓ ସୁଦର୍ଶନ ୧୮ ଗରାରେ ସ୍ନାନ କରିବେ
  5. - ୩ଟାରେ ଛେରାପହଁରା ନୀତି ହେବ
  6. -୩.୩୦ରେ ହାତୀବେଶ

ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶକୁ ଭକ୍ତମାନେ ବଡଦାଣ୍ଡ ସମେତ ସ୍ନାନମଣ୍ଡପର ଅତି ନିକଟରୁ ୩ ଘଂଟା ଯାଏଁ ଦର୍ଶନ କରିବାର ସୁଯୋଗ ପାଇବେ । ସ୍ନାନ ଯାତ୍ରା ପାଇଁ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ ହେବ । ସେଥିପାଇଁ ଭିଡ ନିୟନ୍ତ୍ରଣ ବ୍ୟବସ୍ଥାକୁ ୫ଟି ଭାଗରେ ବିଭକ୍ତ କରାଯାଇଛି । ପୁରା ସହରକୁ ୬୮ ପ୍ଲାଟୁନ ଫୋର୍ସ ଜଗିବେ ।ଭିଡ ନିୟନ୍ତ୍ରଣ ପାଇଁ ଆଜି ପୁରୀରେ ମକଡ୍ରିଲ ହୋଇଛି । ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ମାର୍କେଟ ଛକରୁ ମିରିଚିକୋଟ ଛକ ଓ ମରିଚିକୋଟ ଛକରୁ ଶ୍ରୀନଅର ଯାଏଁ ସ୍ୱତନ୍ତ୍ର ଛାୟା ବ୍ୟାରିକେଡ ହୋଇଛି ।

  • -ବିଭିନ୍ନ ସ୍ଥାନରୁ ଆସୁଥିବା ବସକୁ ରାସ୍ତା ଅନୁସାରେ ପରିବର୍ତ୍ତନ କରାଯାଇ ପାର୍କିଂ କରାଯିବ
  • -ଦୁଇ ଚକିଆ ଯାନ ମାର୍କେଟଛକଠାରୁ ନାୟକ ପ୍ଲାଜା ଯାଏଁ ପାର୍କିଂ କରିପାରିବେ
  • -ପାର୍କି ପୂର୍ଣ୍ଣ ହେଲାପରେ ସେହି ଅନୁସାରେ ପରିବର୍ତ୍ତନ କରାଯିବ
  • -ମାର୍କେଟ ଛକରୁ ନ ଭେଇକଲ ଜୋନ ଘୋଷଣା କରାଯାଇଛି
  • -କେବଳ ପାସଧାରୀ ମରିଚିକୋଟ ଛକ ଯାଇପାରିବେ
  • -ଭୁବନେଶ୍ୱରରୁ ଆସୁଥିବା ଯାନ ହରେକୃଷ୍ଣପୁର ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପାର୍କିଂକୁ ଆସିବେ
  • -ସିଂହଦ୍ୱାର ଦେଇ ଭକ୍ତ ପ୍ରବେଶ କରି ହାତୀବେଶ ଦର୍ଶନ କରିବେ
  • -ବାକି ୩ ଦ୍ୱାରା ଦେଇ ପ୍ରସ୍ଥାନ କରିବେ

୧୦୮ ଗରାରେ ଗାଧେଇବା ପରେ ଶ୍ରୀଜୀଉ ଅସୁସ୍ଥ ହୋଇ ଅଣସର ଘରକୁ ଯିବେ ଓ ରତ୍ନବେଦୀରେ ପୂଜା ପାଇବେ ପଟିଦିଅଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+