ଦେଓମାଳିରେ ହେବ ‘ଡେଷ୍ଟିନେସନ୍‌ ୱେଡିଂ’, ପାହାଡ଼ ଉପରେ ହେବ ବାହାଘର

ରାଜ୍ୟ ପର୍ଯ୍ୟଟନର ପ୍ରମୁଖ ଆକର୍ଷଣ ‘ଦେଓମାଳି ପର୍ବତ ଶିଖର’କୁ ଓଡ଼ିଶାର ‘ୱେଡିଂ ଡେଷ୍ଟିନେସନ୍‌’ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି । ଡେଷ୍ଟିନେସନ୍‌ ୱେଡିଂ ଏବେ ଓଡ଼ିଶାବାସୀଙ୍କ ପାଇଁ ଆଉ ସ୍ବପ୍ନ ‌‌ହୋଇ ରହିବ ନାହିଁ ।

Destination Wedding

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନର ପ୍ରମୁଖ ଆକର୍ଷଣ 'ଦେଓମାଳି ପର୍ବତ ଶିଖର'କୁ ଓଡ଼ିଶାର 'ୱେଡିଂ ଡେଷ୍ଟିନେସନ୍‌' କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି । ଡେଷ୍ଟିନେସନ୍‌ ୱେଡିଂ ଏବେ ଓଡ଼ିଶାବାସୀଙ୍କ ପାଇଁ ଆଉ ସ୍ବପ୍ନ ‌‌ହୋଇ ରହିବ ନାହିଁ । ଯୋଧପୁର, ଜୟପୁର, ଗୋଆ ବା କେରଳ ଭଳି ଓଡ଼ିଶ‌ାରେ ବି ‌ଡେଷ୍ଟିନେସନ୍‌ ୱେଡିଂ ପାଇଁ କ୍ଷେତ୍ର ପ୍ରସ୍ତୁତ ହେବ।

ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର କହିଛନ୍ତି ଯେ, ବିଳାସପୂର୍ଣ୍ଣ ନୌଯାତ୍ରା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି । ୟାଚ୍‌, କାରାମାଇନ୍‌ ଓ ସପ୍ତାହନ୍ତ ପର୍ଯ୍ୟଟନ କ୍ଷେତ୍ରରେ ଗୁରୁତ୍ୱ ଦିଆଯାଇଛି । ଏହି କ୍ରମରେ ଦେଓମାଳିର ବିକାଶ କରାଯିବ । ଓଡ଼ିଶାର ଲୋକେ ବିବାହ ପାଇଁ ଡେଷ୍ଟଷ୍ଟେନସନ୍‌ ୱେଡିଂ ପାଇଁ ରାଜସ୍ଥାନ ଯାଉଛନ୍ତି । ସେହିଭଳି ବାହାର ରାଜ୍ୟରୁ ଲୋକେ ବିବାହ ପାଇଁ ଓଡ଼ିଶା ଆସିବା ନେଇ ଆମେ ବ୍ୟବସ୍ଥା କରୁଛୁ । ଡେଷ୍ଟିନେସନ୍‌ ୱେଡିଂ ଟୁରୁଜିମ୍‌ କ୍ଷେତ୍ରରେ ଭରପୂର ସୁଯୋଗ ରହିଛି । ସେହିଭଳି ପୁରୀ ଭଳି ତୀର୍ଥ କ୍ଷେତ୍ରକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ାଇବା ଦିଗରେ ସରକାର ଚେଷ୍ଟା କରୁଛନ୍ତି ବୋଲି ସଚିବ ଶ୍ରୀକୁମାର କହିଛନ୍ତି ।

ଏଥିସହ ପର୍ଯ୍ୟଟନର ବିକାଶ ପାଇଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଅଧିକ ଗୁରୁତ୍ବ ଦିଆଯିବ। ସିଙ୍ଗାପୁର ଓ ଥାଇଲାଣ୍ଡକୁ ସିଧା ବିମାନ ସଂଯୋଗ ହେବାକୁ ଯାଉଥିବା ବେଳେ ଉଡ଼ାଣ ଯୋଜନାରେ ଅଧିକରୁ ଅଧିକ ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ଯୋଜନା ରହିଛି। ଏଥିସହ ଗଞ୍ଜାମ ଜିଲ୍ଲାରେ ଏକ ବିମାନବନ୍ଦର କରାଯିବାର ପ୍ରସ୍ତାବ ରହିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେହିଭଳି ଭୁବନେଶ୍ୱରରେ ଏକ ସପ୍ତାହନ୍ତ ପର୍ଯ୍ୟଟନ କ୍ଷେତ୍ର ବିକାଶ କରାଯିବ । ବାଙ୍ଗାଲୋର ଭଳି ସହରରେ ଏଭଳି ବ୍ୟବସ୍ଥା ରହିଛି । ସପ୍ତାହ ଶେଷରେ ଶନିବାର ଓ ରବିବାର ଦିନ ଚାକିରିଆମାନେ ସହରଠାରୁ ୩୦ରୁ ୪୦ କିଲୋମିଟର ଦୂରରେ ଥିବା ବିଳାସପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀକୁ ଯାଇଥାଆନ୍ତି । ଭୁବନେଶ୍ୱର ସମେତ ଅନ୍ୟ ସହରବାସୀଙ୍କ ଉଦ୍ଦେଶ୍ୟରେ ଏଭଳି ବିଳାସପୂର୍ଣ୍ଣ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସରକାର ଯୋଜନା କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+