ଉପବାଚସ୍ପତି ପଦ ଛାଡ଼ିପାରନ୍ତି ରଜନୀକାନ୍ତ; ମିଳିପାରେ ସାଂଗଠନିକ ଦାୟିତ୍ବ

ବିଧାନସଭାର ଉପବାଚସ୍ପତି ପଦରୁ ପଦରୁ ଇସ୍ତଫା ଦେଇପାରନ୍ତି ରଜନୀକାନ୍ତ ସିଂହ । ସେ ବାଚସ୍ପତିଙ୍କୁ ଭେଟି ସେ ନି‌ଜ ଇସ୍ତଫାପତ୍ର ଦେବାର ସମ୍ଭାବନା ରହିଛି । ଦୁଇଦିନ ହେବ ଏଭଳି ଚର୍ଚ୍ଚା ହେଉଛି ।

୨୦୦୪ ମସିହାରୁ ଶ୍ରୀ ସିଂହ କ୍ରମାଗତ ଭାବେ ଅନୁଗୁଳ ବିଧାନସଭା ଆସନରୁ ଜିତି ଆସୁଛନ୍ତି । ୨୦୧୯ ଜୁନ୍‌ ମାସରୁ ସେ ଉପବାଚସ୍ପତି ଭାବେ କାର୍ଯ୍ୟ କରୁଛନ୍ତି । ତେବେ ସେ ସାମ୍ବିଧାନିକ ପଦବିରେ ଥିବାରୁ ଦଳୀୟ ସଂଗଠନ କାର୍ଯ୍ୟ ବୁଝିବା ସମ୍ଭବ ନୁହେଁ ।

ତେବେ ସୂଚନା ଅନୁସାରେ, ଗତକାଲି ଦିନ ତମାମ ଉପବାଚସ୍ପତିଙ୍କ ଇସ୍ତଫା ନେଇ ଚର୍ଚ୍ଚା ଲାଗି ରହିଥିଲା । ବିଧାନସଭା ସଚିବାଳୟ କିମ୍ବା ବାଚସ୍ପତିଙ୍କ ନିକଟକୁ ସନ୍ଧ୍ୟା ପର୍ଯ୍ୟନ୍ତ ଏଭଳି କୌଣସି ଇସ୍ତଫା ପତ୍ର ପହଞ୍ଚି ନାହିଁ । ହେଲେ ରାଜନୈତିକ ମହଲରୁ ଖବର ଆସୁଛି ଯେ ଶ୍ରୀ ସିଂହ ବୁଧବାର ବିଧିବଦ୍ଧ ଭାବେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇ ପାରନ୍ତି ।

ସୂଚନାଯୋଗ୍ୟ ‌ଯେ, ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗତ ମେ' ମାସରେ ବାଚସ୍ପତି ପଦବିରୁ ଇସ୍ତଫା ଦେଇଥିଲେ। ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା। ଗଞ୍ଜାମ ଜିଲ୍ଲାରେ ଦଳର ସାଂଗଠନିକ ଆବଶ୍ୟକତା ଦୃଷ୍ଟିରୁ ଶ୍ରୀ ଆରୁଖଙ୍କୁ ସାମ୍ବିଧାନିକ ପଦବି ଛାଡ଼ିବାକୁ ପଡ଼ିଥିଲା ।

rajanikant

ଏଭଳି ଚର୍ଚ୍ଚାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନଥିବାବେଳେ ଦଳର ସାଂଗଠନିକ କାର୍ଯ୍ୟକୁ ଫୋକସ୍‌ କରିବା ପାଇଁ ସେ ଉପବାଚସ୍ପତି ଛାଡ଼ିବେ ବୋଲି କୁହାଯାଉଛି । ଅନୁଗୁଳ ବିଧାନସଭା ଆସନରୁ ୪ ଥର ବିଧାୟକ ହୋଇଥିବା ଶ୍ରୀ ସିଂହ ୨୦୧୯ ଜୁନ୍‌ ମାସରୁ ଉପବାଚସ୍ପତି ଅଛନ୍ତି । ପୂର୍ବରୁ ବାଚସ୍ପତି ପଦରୁ ବିକ୍ରମ ଆରୁଖ ଇସ୍ତଫା ଦେଇ ପୁଣି ମନ୍ତ୍ରିମଣ୍ଡଳରେ ସାମିଲ ହେବା ସହ ଜିଲ୍ଲାରେ ଦଳର ସଂଗଠନକୁ ମଜଭୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+