ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ବିପୁଳ ସଂପତ୍ତି ଠାବ,ବ୍ୟାଙ୍କ ଆକାଉଣ୍ଟରେ ୧କୋଟି ୩୨ଲକ୍ଷ
ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ବିପୁଳ ସମ୍ପତ୍ତି ଠାବ ହୋଇଛି । ପ୍ରାୟ ୬ଟି ସ୍ଥାନରେ ଚଢାଉ କରି ବିପୁଳ ସମ୍ପତ୍ତି ଭିଜିଲାନ୍ସ ଠାବ କରିଛି । ଦେଢ କେଜି ସୁନା ସହ ୪ କେଜି ୩୬୭ ଗ୍ରାମ୍ର ରୁପା ଜବତ ହୋଇଛି । ଏହାସହ ଘରୁ ନଗଦ ୧ କୋଟି ୪୩ ଲକ୍ଷ ଲକ୍ଷ ଟଙ୍କା ଜବତ କରାଯାଇଛି । ଜୟପୁର ଆପାର୍ଟମେଣ୍ଟରେ ସିକ୍ରେଟ୍ ଚାମ୍ବର କରି ୧ କୋଟି ୩୮ ଲକ୍ଷ ଟଙ୍କା ରଖିଥିଲେ । ଜୟପୁରରେ ଗୋଟିଏ ବହୁତଳ କୋଠା ସହ ୩ଟି ଫ୍ଲାଟ୍ ରହିଛି।
ସୂଚନା ଅନୁସାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜରଙ୍କ ଘରେ ଆଜି ସକାଳେ ଚଢାଉ କରାଯାଇଛି। ସବୁଠାରୁ ବଡ କଥା ହେଉଛି ଡିସେମ୍ବର ମାସରେ ଅବସର ନେଇଥାନ୍ତେ ରାମଚନ୍ଦ୍ର ନେପାକ । ଏହାପୂର୍ବରୁ ଆଜି ଭିଜିଲାନ୍ସ ତାଙ୍କ ଘରେ ଚଢାଉ କରିଛି ।













Click it and Unblock the Notifications