ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ

ବନ୍ଧା ହେଲେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ । ଆୟଠୁ ଅଧିକ ସଂପତ୍ତି ଠୁଳ ମାମଲାରେ ବାନ୍ଧିଲା ଭିଜିଲାନ୍ସ । ଭିଜିଲାନ୍ସ ରେଡ ବେଳେ ତାଙ୍କ ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା ଓ ପୁଳା ପୁଳା ସୁନାଗହଣା । ଦେଢ଼ କେଜି ସୁନା, ୪ କେଜି ୬୩୭ ଗ୍ରାମ ରୁପା ଜବତ ହୋଇଥିଲା । ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ନଗଦ କୋଟିଏ ୪୩ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଜୟପୁର ସହରରେ ତାଙ୍କର ୩ହଜାର ୬ଶହ ବର୍ଗଫୁଟ ଜମିରେ ଏକ ତିନି ମହଲା କୋଠା ରହିଛି । ସେହିପରି ଭୁବନେଶ୍ବରରେ ତାଙ୍କର ଏକ ଥ୍ରୀ- ବିଏଚକେ ଫ୍ଲାଟ ଠାବ ହୋଇଛି । ଜୟପୁର ସହର ଗୋଲଡେନ ହାଇଟ ରେସିଡେନସିଆଲ ଆପାର୍ଟମେଣ୍ଟରେ ଦୁଇଟି ଟୁ ବିଏଚକେ ଫ୍ଲାଟ ଥିବା ଜଣାଯାଇଛି ।

Deputy Ranger Ramachandra Nepak

ବାବୁଙ୍କର ଏହି ପ୍ଳାଟରେ ଭିଜିଲାନ୍ସ ଚଢ଼ାଉ ବେଳେ ଏକ ସିକ୍ରେଟ ଟ୍ରେଜେରୀ ଠାବ ହୋଇଥିଲା । ଯେଉଁଥିରୁ ଏକ କୋଟି ୩୮ ଲକ୍ଷ ୯୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ସେହିପରି ଜୟପୁର ଘରୁ ୪ ଲକ୍ଷ ୪୪ ହଜାର ଟଙ୍କା ମିଳିଛି । କେବଳ ଏତିକିରେ ସରିନାହିଁ ବାବୁଙ୍କର ସଂପତ୍ତି ତାଲିକା । ଜୟପୁର ସହରରେ ତାଙ୍କର ଦୁଇଟି ମୂଲ୍ୟବାନ ପ୍ଲଟ ମଧ୍ୟ ରହିଛି । ଡେପୁଟି ରେଞ୍ଜର ଓ ତାଙ୍କ ପରିବାର ଲୋକଙ୍କ ନାଁରେ ୪ଟି ବ୍ୟାଙ୍କରେ ମୋଟ ୧୦ଟି ଆକାଉଣ୍ଟ ରହିଛି । ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧ କୋଟି ୩୨ ଲକ୍ଷ ୧୯ ହଜାର ଟଙ୍କା ରହିଛି । ତେବେ ଏସବୁ ସଂପତ୍ତି କେମିତି କମାଇଲେ ତାର ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ ଡେପୁଟୀ ରେଞ୍ଜର ରାମଚନ୍ଦ୍ର ନେପାକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+