'ମିଶନ ଶକ୍ତି ମହିଳା ନୁହନ୍ତି ଆନ୍ଦୋଳନକାରୀ'
ମିଶନ ଶକ୍ତିକୁ ନେଇ ବିଜେଡିର ମୁଲତବି ନୋଟିସ ଉପରେ ଉତ୍ତର, ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା , ଗତକାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବୟାନକୁ ନେଇ ରାଜନୀତିରେ ନିଆଁ ଲାଗିଥିବାବେଳେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ବୟାନ ଦେଇଛନ୍ତି।
ସେ କହିଛନ୍ତି, ଯେଉଁମାନେ ଆନ୍ଦୋଳନରେ ବସିଛନ୍ତି, ସେମାନେ ମିଶନ ଶକ୍ତି ମହିଳା ନୁହନ୍ତି। ଏହି ପ୍ରସଙ୍ଗରେ ସରକାର ମୁକ ବସିବା ମିଛ। ସଚିବ, ରାଜ୍ୟ କମିଶନ ସମସ୍ତେ ସେମାନଙ୍କୁ ଭେଟିଛନ୍ତି। ସେମାନେ ଆନ୍ଦୋଳନରୁ ଉଠିଯିବେ ବୋଲି କହିଲେ, କିନ୍ତୁ ଉଠିଲେ ନାହିଁ। ଏନେଇ ସରକାର ପଦକ୍ଷେପ ନେବେ।

ତେବେ ଯେଉଁମାନେ ଆନ୍ଦୋଳନରେ ବସିଛନ୍ତି, ସେମାନେ ମିଶନ ଶକ୍ତି ମହିଳା ନୁହନ୍ତି। ସେମାନେ ମିଶନ ଶକ୍ତିର କମ୍ୟୁନିଟି ଷ୍ଟାଫ। ଯେଉଁମାନଙ୍କର ୫ ବର୍ଷର ଅବଧି ସରିଛି, ସେମାନେ ଦରମା ପାଇସାରିଛନ୍ତି। ଯେଉଁମାନଙ୍କର ୫ ବର୍ଷ ପୁରିନି, ଦରମା ପାଇଁ ନଭେମ୍ବର ୪ରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।












Click it and Unblock the Notifications