କନକ ବର୍ଦ୍ଧନ ସିଂହଦେଓ ହେଲେ କେନ୍ଦ୍ର ଜିଏସଟି ପରିଷଦର ସଦସ୍ୟ
ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ହେଲେ କେନ୍ଦ୍ର ଜିଏସଟି ପରିଷଦର ସଦସ୍ୟ । ଭାରତ ସରକାରଙ୍କ ଅଧୀନରେ ଜିଏସଟି କାଉନ୍ସିଲ ଗଠନ କରାଯାଇଛିା ଏଥିରେ ଦେଶର ବିଭିନ୍ନ ରାଜ୍ୟର ମନ୍ତ୍ରୀମାନଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଛିା ଆମ ରାଜ୍ୟ ଓଡିଶାରୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ସମ୍ମାନନୀୟ ପରିଷଦର ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି
ଅନ୍ୟ ରାଜ୍ୟର ଅର୍ଥ ମନ୍ତ୍ରୀମାନେ ଏହି ପରିଷଦର ସଦସ୍ୟ ହୋଇଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ନାମକୁ ଏହି ପରିଷଦ ସଦସ୍ୟ ନିମନ୍ତେ ମନୋନୀତ କରିଛନ୍ତିା ଅନୁରୂପ ଭାବରେ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏହି ପରିଷଦର ଆବାହକ ଥିବାବେଳେ ହରିୟାଣାର ଅର୍ଥମନ୍ତ୍ରୀ ଜୟ ପ୍ରକାଶ ଦଲାଲ,

ଛତିଶଗଡ଼ ଅର୍ଥମନ୍ତ୍ରୀ ଓ. ପି. ଚୌଧୁରୀ, ଦିଲ୍ଲୀ ଅର୍ଥମନ୍ତ୍ରୀ ଅତିଶୀ ମାରଲେନା, ଆସାମ ଅର୍ଥ ମନ୍ତ୍ରୀ ଅଜନ୍ତା ନିୟୋଗ, ଆନ୍ଧ୍ରପ୍ରଦେଶ ଅର୍ଥମନ୍ତ୍ରୀ ଶ୍ରୀ ପି. କେଶବ ଓ ତାମିଲନାଡୁ ଅର୍ଥମନ୍ତ୍ରୀ ଶ୍ରୀ ଥଙ୍ଗମ ଥେନରାସୁ ଏହାର ଅନ୍ୟତମ ସଦସ୍ୟ ରହିଛନ୍ତିା












Click it and Unblock the Notifications