ଡାହାଣୀ ନିର୍ଯାତନା ଓ ବାଲ୍ୟ ବିବାହ ନିବାରଣ କର୍ମଶାଳାରେ ତାଗିଦ କଲେ ଉପ ମୁଖ୍ୟମନ୍ତ୍ରୀ
ଡାହାଣୀ ନିର୍ଯାତନା ଓ ବାଲ୍ୟ ବିବାହ ନିବାରଣ କର୍ମଶାଳାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ତାଗିଦ୍। କର୍ମଶାଳାରେ ଯୋଗ ଦେଇ କର୍ମଚାରୀଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ। କହିଲେ ଫାଇଲ୍ ନିୟମ ଅନୁସାରେ କାମ ନକରି ସ୍ଥିତି ଦେଖି କାମ କର। ମାସକୁ ଥରେ ଗୋଟିଏ ଘଣ୍ଟା ଡାହାଣୀ ଅନ୍ଧବିଶ୍ଵାସ ଥିବା ଅଞ୍ଚଳକୁ ଗସ୍ତ କର। ଯେଉଁଠି ବାଲ୍ୟ ବିବାହ ବିବାହ ପ୍ରଥା ରହିଛି, ସେଠାକୁ ଗସ୍ତ କରି ସଚେତନ କର।

ଗଣମାଧ୍ୟମରେ ପ୍ରକାଶିତ ସାତଭାୟା ବାଲ୍ୟ ବିବାହକୁ ନେଇ ଏହି କର୍ମଶାଳାରେ ଉପମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏହି ଘଟଣାରେ ମୁଁ ରିପୋର୍ଟ ମାଗିଛି। ରିପୋର୍ଟ ଆସିଲେ ନିୟମ ଆଧାରରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ। ଆମେ ଅପରାଧ ରୋକିବା, ହେଲେ ସମାଜର ସହଯୋଗ ବି ଦରକାର।












Click it and Unblock the Notifications