Get Updates
Get notified of breaking news, exclusive insights, and must-see stories!

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା; କେମିତି ଥିଲା ରାଜନୈତିକ ଯାତ୍ରା ?

ନିମାପଡ଼ା ମାଟିର ବୋହୂ ତଥା ନିମାପଡ଼ା ନିର୍ବାଚନମଣ୍ଡଳୀର ପ୍ରଥମ ମହିଳା ବିଧାୟିକା ପ୍ରଭାତୀ ପରିଡ଼ା ରାଜ୍ୟର ନୂତନ ବିଜେପି ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଏଥିସହ ସେ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିବେ । ଏହାକୁ ନେଇ ତାଙ୍କ ପରିବାର ସମେତ ନିମାପଡ଼ା ନିର୍ବାଚନମଣ୍ଡଳୀରେ ଖୁସିର ଲହରି ଖେଳିଯାଇଛି ।

ଛାତ୍ରୀ ଜୀବନରୁ ତାଙ୍କର ରାଜନୀତି ପ୍ରତି ରୁଚି ରହିଥିଲା। ସେ ନିମାପଡ଼ା କଲେଜରେ ଅଧ୍ୟୟନ କରିଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏଲ୍‌ଏଲ୍‌ବି ପାସ୍‌ କରିଥିଲେ । ପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜଣେ ଆଇନଜୀବୀ ଭାବେ କିଛିଦିନ ଧରି କାର୍ଯ୍ୟ କରିଥିଲେ। ବୃତ୍ତିରେ ଜଣେ ଓକିଲ ହୋଇଥିଲେ ମଧ୍ୟ ରାଜନୀତି ପ୍ରତି ତାଙ୍କର ପ୍ରବଳ ଆଗ୍ରହ ରହିଥିଲା। ତେଣୁ ପରବର୍ତ୍ତୀ ସମୟରେ ସେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଥିଲେ।

Pravati Parida

ସେ ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଚେୟାରମ୍ୟାନ, ଭାଜପା ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ, ଭାଜପାର ରାଜ୍ୟ ଉପସଭାପତି ସମେତ ବିଭିନ୍ନ ପଦବୀରେ ରହିଥିଲେ। ୩ ଥର ପରାଜୟ ବରଣ କରିବା ପରେ ସେ ଚଳିତ ନିର୍ବାଚନରେ ବିଜେଡିର ଦିଲୀପ ନାୟକଙ୍କୁ ହରାଇ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ପ୍ରଥମ ବିଧାୟିକା ହେବା ସହ ତାଙ୍କୁ ନୂତନ ସରକାରରେ ଉପମୁଖ୍ୟମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଛି।

ଦଳୀୟ କର୍ମୀ ଓ ତେରୁଣ୍ଡିଆ ଗ୍ରାମବାସୀ ବାଜା ବଜାଇ, ବାଣ ଫୁଟାଇ ଓ ମିଠା ବାଣ୍ଟି ଖୁସି ମନାଇଛନ୍ତି। କଟକ ଜିଲା ନିଆଳି ବ୍ଲକ ନିଭରଣ ଗାମରେ ଜନ୍ମିତ ପ୍ରଭାତୀ ପୁରୀ ଜିଲା ନିମାପଡ଼ା ବ୍ଲକ ତେରୁଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ ତେରୁଣ୍ଡିଆ ଗ୍ରାମର ଶ୍ୟାମସୁନ୍ଦର ନାୟକଙ୍କୁ ବିବାହ କରିଥିଲେ। ସେ ଦୀର୍ଘବର୍ଷ ହେଲା ରାଜନୀତିରେ ସକ୍ରିୟ ରହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+