ବଡ ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ, ଏହି ମିଳିବ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା
ରାକ୍ଷୀରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି। ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆସନ୍ତା ୯ ତାରିଖରେ ଓଡ଼ିଶାର ମହିଳା ପାଇବେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି। ଯେଉଁମାନେ ଦ୍ୱିତୀୟ କିସ୍ତି ପାଇନାହାନ୍ତି ତାଙ୍କ ଉପରେ ରିଭ୍ୟୁ କରାଯିବ। ଆସନ୍ତା ୨ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହିତାଧିକାରୀଙ୍କ ତାଲିକାକୁ ରିଭ୍ୟୁ କରାଯିବ। ବହୁତ୍ ଜଲଦି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାର ସମସ୍ତ କିସ୍ତି ପାଇବେ।

ପ୍ରକାଶଯୋଗ୍ୟ ,ପୂର୍ବରୁ ସରକାର କହିଥିଲେ ଯେଉଁମାନେ ଯୋଗ୍ୟ କିନ୍ତୁ ଏଯାଏଁ ପାଇ ନାହାନ୍ତି ସୁଭଦ୍ରା ଯୋଜନା ସେମାନଙ୍କ ଦ୍ୱନ୍ଦ ଦୂର କଲେ ଉପ-ମୁଖ୍ୟମନ୍ତ୍ରୀ । ଆବେଦନରେ ତ୍ରୁଟି ଥିଲେ ଯିବ ଫୋନ କଲ । ଯେଉଁମାନଙ୍କର କିଛି କମି ରହିଛି ସେମାନଙ୍କୁ ଫୋନ ଯିବ । ବ୍ଲକ ସ୍ତରରେ ଯାଞ୍ଚ ହେବ ସୁଭଦ୍ରା ଫର୍ମ । ଅଙ୍ଗନୱାଡି କର୍ମୀମାନେ ପୁଣି ଘରକୁ ଘର ଯିବେ । ସମସ୍ତଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ । ସୁଭଦ୍ରା ଶେଷ ହିତାଧିକାରୀ ନପାଇବା ଯାଏଁ ଦିଆଯିବ ଟଙ୍କା । ସମସ୍ତଙ୍କ ପାଖେ ସୁଭଦ୍ରା ପହଂଚିବ ।












Click it and Unblock the Notifications