ନବୀନଙ୍କ ଉପରେ ବଡ଼ ବୟାନ ଦେଲେ ଉପମୁଖ୍ୟମନ୍ତ୍ରୀ, କହିଲେ....

ବର୍ଦ୍ଧିତ ଦରମାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବୟାନକୁ ନେଇ ରାଜନୀତି ତେଜିଛି। ଏହାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ସମାଲୋଚନା କରିଛନ୍ତି। ବିରୋଧୀ ଦଳ ନେତାଙ୍କୁ କଟାକ୍ଷ କରି ଉପମୁଖ୍ୟ ମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ନବୀନଙ୍କ ବର୍ଦ୍ଧିତ ଦରମା ନ ନେବା କିଛି ନୁହେଁ ବରଂ ରାଜନୈତିକ ଗୋଟି ଚାଳନା । ସେ ଆହୁରି କହିଛନ୍ତି, ବିରୋଧୀ ଦଳ ନେତାଙ୍କ ପାଖରେ ବିଧାନସଭାରେ କହିବାର ସୁଯୋଗ ଥିଲା। ସେ କାହିଁକି ଆସିଲେନି ଓ ନିଜର ମତ ବିଧାନସଭାରେ ରଖିଲେନି।କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି।

naveen pattnaik

ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ୧୧ ହଜାର ଟଙ୍କା ଥିବାବେଳେ ସରକାର ଏହାକୁ ୩ ଲକ୍ଷ ୪୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ତେବେ ଏହି ବର୍ଦ୍ଧିତ ଦରମା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ଏହି ବର୍ଦ୍ଧିତ ଦରମା ନେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି। ନବୀନ ଏହାକୁ ଗରିବଙ୍କ କଲ୍ୟାଣରେ ଉପଯୋଗ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେଡିର ଅନ୍ୟ ବିଧାୟକମାନେ ନବୀନଙ୍କ ରାସ୍ତାରେ ଯିବେ ନାବ ନାହିଁ ଅର୍ଥାତ୍‌ ସେମାନଙ୍କ ବର୍ଦ୍ଧିତ ଦରମା ନେବେ କି ନାଇଁ ତାହାକୁ ନେଇ ଜୋର୍‌ଦାର ଚର୍ଚ୍ଚା ବଢ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+