ସୁଭଦ୍ରା ଯୋଜନାକୁ ନେଇ ବଡ଼ ବୟାନ ଦେଲେ ଉପମୁଖ୍ୟମନ୍ତ୍ରୀ: ସରଳ ହେବ ଆବେଦନ ପ୍ରକ୍ରିୟା
ସୁଭଦ୍ରା ଯୋଜନା ନେଇ ଗତକାଲି ବଜେଟରେ ବ୍ୟୟବରାଦ ହେବା ପରେ ସମସ୍ତଙ୍କ ଭିତରେ ଉତ୍କଣ୍ଠା ବଢି ଯାଇଛି । କେବେ ଠାରୁ ଏହି ଯୋଜନା ଆରମ୍ଭ ହେବ ଓ କେତେ ମହିଳାଙ୍କୁ ଟଙ୍କା ମିଳିବ । ଏସବୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ସୂଚନା ଅନୁସାରେ, ସେପ୍ଟେମ୍ୱର ୧୭ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଯୋଜନାର ଶୁଭାରମ୍ଭ ହେବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅର୍ଥାତ ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ । ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ଏ ନେଇ ଗଣମାଧ୍ୟମକୁ ବଡ଼ ବୟାନ ଦେଇଛନ୍ତି ।
ସରକାର ଏବେ ତାଙ୍କ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାରେ ଜୋର ଲଗାଇ ଦେଇଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗକୁ ନିଜ ହାତରେ ରଖିଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ସେପ୍ଟେମ୍ୱର ୧୭ରେ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ ।

ବଜେଟ୍ରେ ୧୦ ହଜାର କୋଟି ବ୍ୟୟ ବରାଦ ପରେ ପୁରା ପ୍ରକ୍ରିୟା କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ହିତାଧିକାରୀ କେମିତି ସୁଭଦ୍ର ଯୋଜାନାର ଲାଭ ପାଇବେ ? କେତେ ମହିଳା ଏଥିରେ ସାମିଲ ହେବେ । କେମିତ ଆବେଦନ କରିବେ । ଏ ନେଇ ସେ ବିସ୍ତୃତ ସୂଚନା ଦେଇଛନ୍ତି,
ସପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ, ତେବେ ଅଗଷ୍ଟ ୧୫ ସୁଦ୍ଧା ସମସ୍ତ ପ୍ରସ୍ତୁତି ସରିବ। ସେ କହିଛନ୍ତି, ଏ ନେଇ ସରକାର କୌଣସି ବିଜ୍ଞପ୍ତି ପ୍ରକାଶ କରି ନାହାନ୍ତି । କୌଣସି ଫର୍ମ ବାହାରି ନାହିଁ, ଏସଓପି ପ୍ରସ୍ତୁତି ଚାଲିଛି ।
ବୁଦ୍ଧିଜୀବୀଙ୍କ ମତାମତ ପରେ ଏସଓପି ପ୍ରସ୍ତୁତ କରାଯିବ। ସୁଭଦ୍ରାକୁ ନେଇ ଉଠୁଥିବା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ଆବେଦନ ପ୍ରକ୍ରିୟାକୁ ସରଳ କରାଯିବ। ଏ ନେଇ ମହିଳାଙ୍କ ମତାମତ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଯୋଜନାରେ ଅଧିକରୁ ଅଧିକ ମହିଳା କିପରି ଉପକୃତ ହେବେ ସେଥିପ୍ରତି ସରକାର ଯୋଜନା ଚାଲିଥିବା ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଛନ୍ତି ।












Click it and Unblock the Notifications