ବିଦ୍ୟୁତ କାଟ ନ କରିବାକୁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ କଡା ନିର୍ଦ୍ଦେଶ
ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି ପରିସ୍ଥିତିରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ବିଦ୍ୟୁତ ନ କାଟିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ ନ କାଟିବାକୁ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ସେ କହିଛନ୍ତି ଯେ, ବକେୟା ବିଲ୍ ପ୍ରଦାନ କରି ନ ଥିଲେ ବି ବିଦ୍ୟୁତ କାଟ ହେବନି ।

ସେ ଆହୁରି କହିଛନ୍ତି ଯେ, କିନ୍ତୁ ଉପଭୋକ୍ତାଙ୍କୁ ବକେୟା ବିଲ୍ ପୈଠ କରିବାକୁ ପଡିବ। କାଳବୈଶାଖୀରେ ବିଦ୍ୟୁତ ସେବା ବ୍ୟାହତ ହେଉଥିଲେ ବି ସମାଧାନ ହେଉଛି।
ଆଜି ରାଜ୍ୟରେ ତାପାମତ୍ରା ସବୁଠୁ ଉଚ୍ଚରେ ରହିଛି। ଦିନ ସାଢେ ୧୧ଟାରେ ୪୨ ଡିଗ୍ରୀ ତାପମାତ୍ରା ଅତିକ୍ରମ କରିଛି। ଏହି ତାପମାତ୍ରା ସକାଳ ସାଢେ ୮ଟାରେ ସର୍ବାଧିକ ୩୪ ଡିଗ୍ରୀ ମପାଯାଇଥିଲା। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏହି ନିଷ୍ପତ୍ତି ନେଇଛନ୍ତି।












Click it and Unblock the Notifications