ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ
ଦିଲ୍ଲୀ ଗସ୍ତରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନାରେ ବିକଶିତ ଭାରତ ଗଠନରେ ଓଡ଼ିଶାର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଏକ୍ସ ପୋଷ୍ଟରେ ଉପମୁଖମନ୍ତ୍ରୀ ଲେଖିଛନ୍ତି, 'ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ଆଜି ସୌଭାଗ୍ୟ ମିଳିଲା ।

ଓଡ଼ିଶାର ଅନନ୍ୟ ଆତ୍ମା ଏବଂ ଅବଦାନକୁ ହୃଦୟରେ ରଖି ବିକଶିତ ଭାରତ ଗଠନ ପାଇଁ ଗଭୀର କୃତଜ୍ଞତା, ପ୍ରତିଫଳନ ଏବଂ ମିଳିତ ପ୍ରତିବଦ୍ଧତାର ଏକ ମୁହୂର୍ତ୍ତ ଥିଲା । ଏକ ସଶକ୍ତ, ସମାବେଶୀ ଏବଂ ସାଂସ୍କୃତିକ ଭାବରେ ସମୃଦ୍ଧ ଭାରତ ଆଡକୁ ଆମର ସାମୂହିକ ଯାତ୍ରାକୁ ମହାପ୍ରଭୁ ଜଗନ୍ନାଥ ମାର୍ଗଦର୍ଶନ କରିବା ଜାରି ରଖନ୍ତୁ ।'












Click it and Unblock the Notifications