ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନାଁ ନେଇ ଠକେଇ ଅଭିଯୋଗ, ୨ ଯୁବକ ଅଟକ
ଉପମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଠକେଇ ଅଭିଯୋଗ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ନାଁ ନେଇ ଚାକିରୀ କରାଇ ଦେବା କହି ଠକେଇ ଅଭିଯୋଗ।
ଏହି ଘଟଣାରେ ୨ ଜଣ ଯୁବକଙ୍କୁ ପାଟଣାଗଡ଼ ଥାନାରେ ଅଟକ ରଖିଛି ପୁଲିସ। ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ଚାକିରୀ କରାଇ ଦେବେ କହି ସେମାନଙ୍କଠୁ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ଅଟକ ଥିବା ଯୁବକମାନେ ବିଳାଇସାଥି ଗାଁର ବୁଦ୍ଧଦେବ ସାହୁ ଏବଂ ସାଲେପାଲି ଗାଁର ସୁଶୀଲ ରାଓ ବୋଲି ଜଣାପଡ଼ିଛି। ଅଭିଯୋଗ ପରେ ପୁଲିସ ଉଭୟଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ଅଟକ ଥିବା ଦୁଇ ଜଣ ପୂର୍ବରୁ ମଧ୍ୟ ବିଭିନ୍ନ ନେତାଙ୍କ ନାଁ ନେଇ ଲୋକଙ୍କ ଠାରୁ ଅନେକ ଟଙ୍କା ଠକି ନେଇଥିବା ସୂଚନା ମିଳିଛି। ହେଲେ ଏଥର ଉପମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଠକେଇ କରିବା ସେମାନଙ୍କୁ ମହଙ୍ଗା ପଡ଼ିଛି।












Click it and Unblock the Notifications