Get Updates
Get notified of breaking news, exclusive insights, and must-see stories!

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ; କେମିତି ରହିଛି ରାଜନୈତିକ ଯାତ୍ରା ?

ବଲାଙ୍ଗୀର ଜିଲାର ପାଟଣାଗଡ଼ ବିଧାନସଭା ଆସନରୁ ବିଜୟୀ ହୋଇଥିବା ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂଦେଓଙ୍କୁ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ୨୦୨୪ ନିର୍ବାଚନରେ ପାଟଣାଗଡ଼ ଆସନରୁ ଷଷ୍ଠ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

କନକ ବର୍ଦ୍ଧନ ୧୯୯୦ରେ ରାଜନୀତିକୁ ପ୍ରବେଶ କରିଥିଲେ। ପ୍ରଥମ ଥର ପାଇଁ ସେ ପାଟଣାଗଡ଼ ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ତତ୍କାଳୀନ ଜନତା ଦଳ ପ୍ରାର୍ଥୀ ବିବେକାନନ୍ଦ ମେହେରଙ୍କଠାରୁ ୧୯୨୫ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଏହାପରେ ୧୯୯୫ ମସିହା ନିର୍ବାଚନରେ ସେ ଦ୍ୱିତୀୟ ଥର ପାଟଣାଗଡରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ରେକର୍ଡ ୪୩,୯୨୬ ଖଣ୍ଡ ଭୋଟ ବ୍ୟବଧାନରେ ଜନତା ଦଳ ପ୍ରାର୍ଥୀ ବିବେକାନନ୍ଦ ମେହେରଙ୍କୁ ପରାସ୍ତ କରି ପ୍ରଥମ ଥର ବିଧାୟକ ହୋଇଥିଲେ।

Kanak Vardhan Singh Deo

ଏହାପରେ ସେ ୨୦୦୦, ୨୦୦୯, ୨୦୧୪ରେ କ୍ରମାଗତ ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୧୯ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ସରୋଜ ମେହେରଙ୍କଠାରୁ ପରାଜିତ ହୋଇଥିଲେ । ୨୦୨୪ରେ ସେ ଷଷ୍ଠ ଥର ଭାଜପା ବିଧାୟକ ଭାବେ ପାଟଣାଗଡ଼ରୁ ନିର୍ବାଚିତ ହୋଇ ବୁଧବାର ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

ଏହାପୂର୍ବରୁ ୨୦୦୦ରୁ ୨୦୦୪ ମସିହାରେ ସେ ବିଜେଡି-ଭାଜପା ମେଣ୍ଟ ସରକାର ସମୟରେ ଶିଳ୍ପମନ୍ତ୍ରୀ ଓ ୨୦୦୪ରୁ ୨୦୦୯ ମେଣ୍ଟ ସରକାରରେ ନଗର ଉନ୍ନୟନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୧୩ରୁ ୨୦୧୬ ଯାଏ ସେ ଭାଜପା ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରି ଦଳୀୟ ସଙ୍ଗଠନକୁ ସଶକ୍ତ କରିଥିଲେ।

କନକ ବର୍ଦ୍ଧନଙ୍କ ସ୍କୁଲ ଓ କଲେଜ ଶିକ୍ଷା ନୂଆଦିଲ୍ଲୀରେ ସମ୍ପନ୍ନ ହୋଇଛି। ସେ ୧୯୭୫ ମସିହାରେ ନୂଆଦିଲ୍ଲୀ ଏୟାରଫୋର୍ସ ସେଣ୍ଟ୍ରାଲ ସ୍କୁଲରୁ ମାଟ୍ରିକ୍‌ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ (ବିଏ ପାର୍ଟ-୧) ପାଠ ପଢ଼ିଛନ୍ତି। ତାଙ୍କ ସ୍ତ୍ରୀ ତଥା ବଲାଙ୍ଗୀର ଲୋକ ସଭା ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ ଚଳିତ ନିର୍ବାଚନକୁ ମିଶି ୫ ଥର ବଲାଙ୍ଗୀର ଲୋକ ସଭା ଆସନରୁ ଏମ୍‌ପି ନିର୍ବାଚିତ ହୋଇଛନ୍ତି। କନକ ବର୍ଦ୍ଧନ ସିଂଦେଓଙ୍କ ଏକମାତ୍ର ଝିଅ ନିଭ୍ରିତି କୁମାରୀ ସିଂଦେଓ ଅଛନ୍ତି। ଉପମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ ବୁଧବାର ଶପଥ ପାଠ କରିବେ ବୋଲି ଜଣାପଡିବା ପରେ ବଲାଙ୍ଗୀରର ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+