ବଡ ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ; ୩୧ ମାର୍ଚ୍ଚ ସୁଭଦ୍ରା ଆବେଦନର ଶେଷ ତାରିଖ
ସୁଭଦ୍ରାକୁ ନେଇ ବଡ଼ ଘୋଷଣା। ସରିନି ଏବେସୁଦ୍ଧା ସୁଭଦ୍ରା ଯୋଜନାରେ ଆବେଦନ ପ୍ରକ୍ରିୟା। ଯେଉଁମାନେ ଯୋଗ୍ୟ ହିତାଧିକାରୀ ଏବଂ ସୁଭଦ୍ରା ଯୋଜନାରେ ଆବେଦନ କରିନାହାନ୍ତି। ସେମାନଙ୍କ ପାଇଁ ଏବେବି ସୁଯୋଗ ରହିଛି।
ଚଳିତ ମାସ ତଥା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଡେଟଲାଇନ୍ ରହିଛି। ମାର୍ଚ୍ଚ ୩୧ ହେଉଛି ସୁଭଦ୍ରା ଯୋଜନାରେ ଆବେଦନର ଶେଷ ତାରିଖ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯେଉଁମାନେ ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିବେ। ସେମାନଙ୍କୁ ଏକାଥରେ ୩ଟି କିସ୍ତି ମିଳିବ।
ଅର୍ଥାତ୍ ଏକାଥରେ ସେମାନଙ୍କ ଆକାଉଣ୍ଟକୁ ଯିବ ୧୫୦୦୦ ହଜାର ଟଙ୍କା। ତୃତୀୟ କିସ୍ତି ରାକ୍ଷୀ ପୂର୍ଣ୍ଣିମାରେ ମାଳିବ। ଯେଉଁମାନେ ଆବେଦନ କରିନାହାନ୍ତି ଶୀଘ୍ର ଆବେଦନ କରନ୍ତୁ। ଆବେଦନର ଶେଷ ତାରିଖ ସୁଦ୍ଧା ଯେଉଁମାନେ ଫର୍ମ ପକାଇଥିବେ ସେମାନେ ଏକାଥରେ ତିନୋଟି କିସ୍ତିର ଟଙ୍କା ପାଇବେ।

ଯେଉଁଥିରେ ସୂଚନା ଦିଆଯାଇଥିଲା କି ମାର୍ଚ୍ଚ ୬ ଓ ୮ ତାରିଖରେ ସୁଭଦ୍ରା ଟଙ୍କା ଦିଆଯିବ। ୬ ତାରିଖରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଏବଂ ୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ କିସ୍ତି ଟଙ୍କା ମହିଳାଙ୍କ ଖାତାକୁ ଯିବ। ଏହାସହ ରାକ୍ଷୀପୂର୍ଣ୍ଣମିରେ ତୃତୀୟ କିସ୍ତି ଦେବେ ସରକାର।












Click it and Unblock the Notifications