ସୁଭଦ୍ରା ପାଇଁ ଉପମୁଖ୍ୟମନ୍ତ୍ରୀ, ରାସନ କାର୍ଡ ବାଣ୍ଟିବାକୁ ଯୋଗାଣ ମନ୍ତ୍ରୀ କୋଟିଆ ଯିବେ
ନିଜ ନିଜ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମ ନେଇ ମନ୍ତ୍ରୀମାନେ କୋଟିଆ ଯିବେ । ଖୁଵ ଶୀଘ୍ର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରାର ବଡ଼ କାର୍ଯ୍ୟକ୍ରମ ନେଇ କୋଟିଆ ଯାଉଛନ୍ତି। ଯୋଗାଣ ମନ୍ତ୍ରୀ ମଧ୍ୟ କୋଟିଆ ଯାଇ ରାସନ କାର୍ଡ ବାଣ୍ଟିବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

କୋରାପୁଟରେ ଆନ୍ଧ୍ରପ୍ରଦେଶର ପ୍ରଭାବ କମିଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି। ଏନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ଅଧିକ ପଢ଼ନ୍ତୁ: ଶ୍ରାବଣର ଦ୍ଵିତୀୟ ସୋମବାରରେ ଖିଚିଂ ଚଳଚଞ୍ଚଳ
ସେଠାକୁ ଯିବା ପାଇଁ ମୁଁ ଜିଲ୍ଲାପାଳ ସହ କଥା ହୋଇଛି। ଅନୁପ୍ରବେଶକାରୀଙ୍କ ଉପରେ କଡ଼ା ନଜର ପାଇଁ ସେଠାରେ ଏକ ପୁଲିସ ଆଉଟ ପୋଷ୍ଟ ହେବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।












Click it and Unblock the Notifications