ସୁଭଦ୍ରା ପାଇଁ ନଥିବା ହିତାଧିକାରୀଙ୍କୁ ଆଶ୍ୱସ୍ତି ଦେଲେ ଉପ ମୁଖ୍ୟମନ୍ତ୍ରୀ, କହିଲେ କେହି ପଡିବେନି ବାଦ୍

'ସୁଭଦ୍ରା'ଟଙ୍କା ମିଳିନଥିଲେ ଏବେ ମିଳିବ ଟଙ୍କା । ବାଦ୍ ପଡ଼ିବେନି ଜଣେ ବି ଯୋଗ୍ୟ ହିତାଧିକାରୀ । ଶେଷ ହିତାଧିକାରୀଙ୍କୁ ଲିଷ୍ଟରେ ସାମିଲ୍ କରାଯିବ। ଫେବୃଆରୀ ୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି ।

subhadra yojana

ହେଲେ ଏବେ ସୁଦ୍ଧା ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସୁଭଦ୍ରା ଯୋଜନାର ଲାଭ ପାଇନାହାନ୍ତି । ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ବୟାନ ଦେଇ କହିଛନ୍ତି, ଜଣେ ବି ଯୋଗ୍ୟ ହିତାଧିକାରୀ ବାଦ୍‌ ପଡିବେ ନାହିିଁ। ଶେଷ ହିତାଧିକାରୀଙ୍କୁ ଲିଷ୍ଟରେ ସାମିଲ କରାଯିବ। ଖୁବଶୀଘ୍ର ସେମାନଙ୍କୁ ବି ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ ଆଉ ଭାଗ୍ୟବାନ ୨ ଲକ୍ଷ ମହିଳା ହେବେ 'ସୁଭଦ୍ରା' ପ୍ରଥମ କିସ୍ତିର ଶେଷ ହିତାଧିକାରୀ ।

ଫେବୃଆରୀ ୮ ତାରିଖରେ ପ୍ରାୟ୧୮ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ବେଳେ ମୋଟ ୯୮ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ମିଳିସାରିଛି। ଏବେ ବି ଅଢେଇ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀ ଅଛନ୍ତି ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇନାହିଁ । ସୁଭଦ୍ରା ପୋଟାଲରେ E-KYC କରି ନଥିବାରୁ ଏଭଳି ସମସ୍ୟା ହୋଇଥିବା ଜଣାପଡିଛି ବୋଲି ରାଜ୍ୟ ସରକାର କହିଛନ୍ତି। ତେବେ E-KYC କରିଦେଲେ ମାର୍ଚ୍ଚ ୮ରେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ମିଳିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+