ମଣ୍ତି ବୁଲିଲେ ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
Odisha News: ଉପ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମାରାଥନ ସମୀକ୍ଷା । ମଣ୍ତି ବୁଲି ଦେଖିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରାୟଗଡ଼ା ଦିନିକିଆ ଗସ୍ତରେ ମନ୍ତ୍ରୀ ମଣ୍ତି ବୁଲି ଦେଖିବା ସହ ଚାଷୀଙ୍କୁ ଭେଟି ଥିଲେ ଏବଂ ସମସ୍ତଙ୍କ ସମସ୍ୟା ପଚାରି ବୁଝିଥିଲେ ।

ସେହିପରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ମଧ୍ୟ କରିଛନ୍ତି । ଦୀର୍ଘ ୫ ଘଣ୍ଟା ଧରି ଏହି ବୈଠକ ଜାରି ଥିଲା ।ସେହିପରି ଏଥର ଜିଲ୍ଲାର ୨୪ଟି ବିଭାଗର ସମୀକ୍ଷା କରାଯାଇ ସରକାରଙ୍କ ଯୋଜନା ଲୋକାଭିମୁଖୀ କରିବା ସହ ଲୋକଙ୍କ ପାଖରେ ପହଞ୍ଚାଯିବା ପାଇଁ ପରାମର୍ଶ ଦେଇଥିଲେ ସୁରେଶ ପୂଜାରୀ।












Click it and Unblock the Notifications