ଖରା ପାଇଁ ସତର୍କ କରାଇଲା ସ୍କୁଲ ଓ ଗଣଶିକ୍ଷା ବିଭାଗ; ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି
ବଢ଼ୁଥିବା ଖରାକୁ ଦେଖି ସତର୍କ ହୋଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ବିଭାଗ। ହିଟ୍ ୱେଭର ମୁକାବିଲା ଓ ଏଥିପାଇଁ ଆଗୁଆ ପ୍ରସ୍ତୁତି ପାଇଁ ଚିଠିରେ କୁହାଯାଇଛି ।

ସ୍କୁଲରେ ଯେପରି ପାନୀୟ ଜଳ ସୁବିଧା ରହିବ, ତାହା ସୁନିଶ୍ଚିତ କରାଇବାକୁ କୁହାଯାଇଛି। ଏହାସହ ସ୍କୁଲ ପରିସରରେ ଥିବା ନଳକୂପ ଯଦି ଖରାପ ହୋଇଥାଏ, ତାହେଲେ ତାକୁ ତୁରନ୍ତ ସଜାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ କର୍ତ୍ତପକ୍ଷ ଯଥେଷ୍ଟ ଓଆରଏସ୍ ପ୍ୟାକେଟ୍ ରଖିବେ ଓ ଦରକାର ବେଳେ ଛାତ୍ରଛାତ୍ରୀଙ୍କୁ ପିଇବାକୁ ଦେବେ ।
ସ୍କୁଲ ସମୟରେ ବାହାରେ ପିଲାମାନେ ଯେପରି ନବୁଲିବେ ସେଥିପ୍ରତି ଶିକ୍ଷକଓ ଶିକ୍ଷୟିତ୍ରୀମାନେ ଧ୍ୟାନ ରଖିବେ। ସେହିପରି ପିଲାଏ ସ୍କୁଲ ଗଲାବେଳେ ଯେପରି ପାଣି ବୋତଲ ନେଇ ଯିବେ, ତାହା ସୁନିଶ୍ଚିତ କରାଇବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଇଛି। ଏହାସହ ସ୍କୁଲ ସମୟରେ ହିଟ୍ ୱେଭରୁ ବର୍ତିବାର ଉପାୟ ବିଷୟରେ ପିଲାମାନଙ୍କୁ ସ୍କୁଲ କର୍ତ୍ତପକ୍ଷ ସଚେତନ କରାଇବେ।












Click it and Unblock the Notifications