Get Updates
Get notified of breaking news, exclusive insights, and must-see stories!

ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଲେ ଦେଓରଞ୍ଜନ ସିଂ

ନୂତନ ଉନ୍ନୟନ କମିସନର ଭାବେ ଦାୟିତ୍ବ ଗ୍ରହଣ କଲେ ଦେଓରଞ୍ଜନ କୁମାର ସିଂହ। ପୂର୍ବରୁ ଅନୁ ଗର୍ଗ ଉନ୍ନୟନ କମିସନର ଭାବେ କାର୍ଯ୍ୟ କରୁଥିଲେ। ସେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବା ପରେ ସେହି ପଦବୀ ଖାଲିପଡ଼ିଥିଲା। ୧୯୯୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଦେଓରଞ୍ଜନ କୁମାର ସିଂହଙ୍କୁ ଉନ୍ନୟନ କମିସନର ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ଯୋଜନା ଓ ସଂଯୋଜନ ବିଭାଗ ସହ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ସମ୍ଭାଳିବେ।

Deoranjan Singh
ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି। ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି।

ଏଣେ ୧୯୯୧ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ତଥା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ରାଜସ୍ବ ପର୍ଷଦ ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ସାହୁଙ୍କ ବ୍ୟାଚ୍‌ର ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ହେଲା ପରେ ଶ୍ରୀ ସାହୁଙ୍କୁ ଲୋକସେବା ଭବନ ବାହାରେ ଦାୟିତ୍ବ ମିଳିଛି। ଏହି ବ୍ୟାଚ୍‌ର ଆଉ ଦୁଇ ଅଧିକାରୀ ସୌରଭ ଗର୍ଗ ଓ ସଞ୍ଜୟ ରାସ୍ତୋଗୀ ଏବେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଅଛନ୍ତି। ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଗୃହ ବିଭାଗର ଅତିରିକ୍ତ ଦାୟିତ୍ବ ସମ୍ଭାଳିବେ। ସେ ପୂର୍ବଭଳି ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଇପିକଲ୍‌ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+