50 ପାଇଁ ଅନୁମତି ଆଣି 250 ଲୋକଙ୍କୁ ଖୁଆଇଲେ, ଗଣିଲେ ଲକ୍ଷେ ଫାଇନ
ବିବାହା ଭୋଜି ପାଇଁ 50 ଲୋକଙ୍କ ଅନୁମତି ଆଣି 250 ଲୋକଙ୍କ ପାଇଁ ଖାଦ୍ୟ ରାନ୍ଧିଥିଲେ କନ୍ୟାପିତା । ତେବେ କୌଣସି ସୁତ୍ରରୁ ଖବର ପାଇ ଏଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ଫୋର୍ସ ନେଇ ସେଠାରେ ଚଢାଉ କରିଥିଲେ ।
ଦେବଗଡ: କରୋନାକୁ ମାତ ଦେବାକୁ ରାଜ୍ୟରେ କଡାକଡି ହେଉଛି କରୋନା କଟକଣା । ରାଜ୍ୟରେ ଜାରି ରହିଥିବା 2ୟ ପର୍ଯ୍ୟାୟ ଲକଡାଉନରେ ବିବାହ ଓ ବ୍ରତଘର ଭଳି କାର୍ଯ୍ୟକ୍ରମରେ ମାତ୍ର 25 ଲୋକଙ୍କୁ ଅନୁମତି ରହିଛି । ହେଲେ ଏବେ ବି ଏମିତି ଅମାନିଆ ଅଛନ୍ତି, ଯିଏ କରୋନା କଟକଣାକୁ ଫୁ କରି ଉଡାଇ ଦେଉଛନ୍ତି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସ୍ଥାନୀୟ ପୌରାଞ୍ଚଳ ପୁରୁଣାଗଡରେ । ଯାହା ପରେ ମୋଟା ଅଙ୍କର ଫାଇନ ଗଣିଛନ୍ତି ଅମାନିଆ ।

ଘଟଣା କିଛି ଏମିତି ଯେ, ବିବାହା ଭୋଜି ପାଇଁ 50 ଲୋକଙ୍କ ଅନୁମତି ଆଣି 250 ଲୋକଙ୍କ ପାଇଁ ଖାଦ୍ୟ ରାନ୍ଧିଥିଲେ କନ୍ୟାପିତା । ତେବେ କୌଣସି ସୁତ୍ରରୁ ଖବର ପାଇ ଏଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ଫୋର୍ସ ନେଇ ସେଠାରେ ଚଢାଉ କରିଥିଲେ ।
ତେବେ ଅନୁମତି ମିଳିଥିବା 50 ଜଣଙ୍କ ତାଲିକା ନ ଲଗାଥିବା, ସାମାଜିକ ଦୂରତା ନିୟମ ଭଙ୍ଗ କରିଥିବା ଓ ପାର୍ସଲ ବଦଳରେ ଲୋକଙ୍କୁ ଘରେ ବସାଇ ଖାଇବାକୁ ଦେଉଥିବା ଅଭିଯୋଗରେ ଭୋଜିକୁ ବନ୍ଦ କରିଥିଲା । ଏଥିସହ କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ କନ୍ୟା ପିତା ସୂର୍ଯ୍ୟଙ୍କୁ ଠୁ ଏକ ଲକ୍ଷ ଜରିମାନ ଆଦାୟ କରିଥିଲା ପୋଲିସ ।












Click it and Unblock the Notifications