କଟକ, ଭୁବନେଶ୍ଵର ସମେତ ବିଭିନ୍ନ ସହରରେ ଘନ କୁହୁଡି

ରାଜ୍ୟରେ କମିଛି ଶୀତ କିନ୍ତୁ କଲବଲ କରୁଛି କୁହୁଡି। ଆଜି ଭୁବନେଶ୍ଵର , କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଛି। ଏପରିକି ୧୦ରୁ ୨୦ ମିଟର ଦୂରରୁ ବି କିଛି ଦେଖାଯାଉନଥିଲା।

ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେପଟେ ଆସନ୍ତା, ୩ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଫଳସ୍ବରୂପ ଶୀତ ପ୍ରକୋପ ଆହୁରି କମିବା ସମ୍ଭାବନା ରହିଛି। ଫୁଲବାଣୀରେ ରାତି ତାପମାତ୍ରା ୯ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାଉରକେଲା ୧୦.୨, ଭବାନୀପାଟଣା ଓ ଦାରିଙ୍ଗବାଡ଼ିରେ ୧୧, ଅନୁଗୋଳ ୧୧.୬, ଭୁବନେଶ୍ବର ୧୪.୪ ଏବଂ କଟକରେ ୧୪.୮ଡିଗ୍ରୀ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+