କୁହୁଡ଼ି ବଳୟୟରେ ଟ୍ୱିନ୍ ସିଟି, ଭୁବନେଶ୍ୱର ଏୟାର କ୍ୱାଲିଟି ଇଣ୍ତେକ୍ସ ୨ ଶହ ପାର୍

Odisha Weather: କୁହୁଡ଼ି ବଳୟୟରେ ଟ୍ୱିନ୍ ସିଟି । ଚାରିଆଡ଼େ କୁହୁଡ଼ିର ଧଳା ଆବରଣରେ ଢାଙ୍କି ହୋଇ ରହୁଛି ଆକାଶ । ଆଜି ରାଜ୍ୟର ଟ୍ୱିନ୍ ସିଟିରେ ଦେଖିବାକୁ ମିଳିଛି ଘନ କୁହୁଡ଼ି । ଏହା ସହ ରାଜ୍ୟର ଅନେକ ଅଞ୍ଚଳରେ କୁହୁଡ଼ି ଆସ୍ତରଣ ପଡ଼ିରହୁଛି । କୁକୁଡ଼ି ପାଇଁ ରାସ୍ତା ଘାଟା ଦିଶୁ ନାହିଁ ଫଳରେ ଗାଡ଼ି ଚଳାଇବାକୁ ନାହିଁ ନଥିବା ଅସୁବିଧା ହେଉଛି । ଅନ୍ୟପକ୍ଷରେ ଆସନ୍ତା ୭ ଦିନ ମଧ୍ୟରେ ଲଘୁଚାପ ହେବାର ସମ୍ଭାବନା ନାହିଁ । ଭୁବନେଶ୍ୱର ଏୟାର କ୍ୱାଲିଟି ଇଣ୍ତେକ୍ସ ୨ ଶହ ପାର୍ କରିଥିବା ନେଇ ସୂଚନା ।

ଘନ କୁହୁଡି ଯୋଗୁଁ ଯାତାୟାତରେ ବାଧାପ୍ରାପ୍ତ ହୋଇଛି ଏପରିକି ଶହେ ମିଟର ଆଗକୁ କିଛି ଦେଖାଯାଉନାହିଁ । ସେହିପରି ପୁରୀରେ ମଧ୍ୟ ଘନ ଘନ କୁକୁଡି ଦେଖିବାକୁ ମିଳିଛି । ଘନ କୁହୁଡିରେ ଆଚ୍ଛାଦିତ ହୋଇ ରହିଛି ଶ୍ରୀମନ୍ଦିର । ହେଲେ ରାଜ୍ୟରେ ଏପର୍ଯ୍ୟନ୍ତ ହୋଇ ନାହିଁ ଶୀତର ଏଣ୍ଟ୍ରୀ ।

Dense Fog In Twin Cities

ଘନ କୁହୁଡି ପାଇଁ ଭୁବନେଶ୍ୱର ଜାତୀୟ ରାଜପଥରେ ଗମନାଗମନରେ ବାଧା ଉପଜିଛି ଏବଂ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ତେବେ ଦୀପାବଳି ପାଇଁ ଅଧିକ ବାଣ ଫୁଟିବାରୁ ପ୍ରଦୂଷଣ ବଢ଼ିଛି ଯେଉଁଥି ପାଇଁ କୁହୁଡ଼ି ହୋଇଥିବା ନେଇ ସନ୍ଦେହ କରାଯାଉଛି ।

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଗଂଜାମ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ଘନ କୁହୁଡି ଦେଖିବା ପାଇଁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+