Get Updates
Get notified of breaking news, exclusive insights, and must-see stories!

ସରକାରଙ୍କୁ ଘାରିଲାଣି ଡେଙ୍ଗୁ ଚିନ୍ତା; ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତ ହେଲାଣି ଆକ୍ସନ ପ୍ଳାନ

ବର୍ଷା ପୂର୍ବରୁ ରାଜ୍ୟ ସରକାରଙ୍କୁ ଘାରିଲାଣି ଡେଙ୍ଗୁ ଚିନ୍ତା । ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତ ହେଲାଣି ଆକ୍ସନ ପ୍ଳାନ । କିଭଳି ଭାବରେ ଡେଙ୍ଗୁର ସଫଳ ମୁକାବିଲା କରାଯିବ ସେନେଇ ପ୍ରସ୍ତୁତ ହେଲାଣି ରଣନୀତି । ବିଗତ ଦିନ ମାନଙ୍କରେ କେଉଁ କେଉଁ ଜିଲ୍ଲାରେ ଅଧିକ ମାତ୍ରାରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ସେନେଇ ଚଳିତ ବର୍ଷ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ସେହି ଜିଲ୍ଲାଗୁଡ଼ିକ ଉପରେ କଡ଼ା ନଜରରେ ରହିଛି । ବିଶେଷ ଭାବରେ ବର୍ଷା ଦିନରେ ରାଜ୍ୟରେ ଡେଙ୍ଗୁର ପ୍ରାଦୁର୍ଭାବ ଅଧିକ ଚିହ୍ନଟ ହୋଇଥାଏ । ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ରୋଗୀ ଚିହ୍ନଟ ହେଉଛନ୍ତି । ଏହାରି ଭିତରେ ଅଧିକରୁ ଅଧିକ ସ୍ଵେଚ୍ଛାସେବୀମାନଙ୍କୁ ନେଇ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

'ଡେଙ୍ଗୁ ସଚେତନତା ପାଇଁ ଇଣ୍ଟେନସିଭ ପ୍ରୋଗ୍ରାମ'

ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି,"ରାଜ୍ୟରେ ବର୍ତ୍ତମାନ ସମୟରେ ଗୋଟିଏ ଡେଙ୍ଗୁ ମୃତ୍ୟୁ ଖବର ଆସିଛି । ତାହାର ଯାଞ୍ଚ କରାଯାଉଛି । ରକ୍ତ ପରୀକ୍ଷା ପରେ ସ୍ପଷ୍ଟ ହେବ,ଡେଙ୍ଗୁରେ ମୃତ୍ୟୁ ହୋଇଛି କି ନୁହେଁ । ଜୁନ ୧ ତାରିଖରୁ ଡେଙ୍ଗୁ ବିରୋଧରେ ଭୁବନେଶ୍ୱର ମହାନଗରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ଡେଙ୍ଗୁ ବିରୋଧରେ ଆରମ୍ଭ ହେବ ଇଣ୍ଟେନସିଭ ପ୍ରୋଗ୍ରାମ ଯେଉଁଥିରେ ୧୦୦ରୁ ଅଧିକ ସ୍ବେଚ୍ଛାସେବୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଯେହେତୁ ଖୋର୍ଦ୍ଧା ଜିଲ୍ଲା ମଧ୍ୟରେ ଭୁବନେଶ୍ବରରେ ବିଗତ ବର୍ଷ ମାନଙ୍କରେ ଅଧିକ ମାତ୍ରାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛି, ସେନେଇ ଡେଙ୍ଗୁ ସଚେତନତା ପାଇଁ ଡେଙ୍ଗୁ ସଚେତନତା ରଥ ମଧ୍ୟ ବୁଲିବ । "

DENGUE SITUATION IN ODISHA government ready to fight this

ଫୋକସରେ ରହିଛି ଏହି ସମସ୍ତ ଜିଲ୍ଲା ?
ବିଶେଷ ଭାବରେ ସ୍ୱାସ୍ଥ୍ୟ ବିଭାଗର ଫୋକସରେ ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ ସମେତ ସୁନ୍ଦରଗଡ ଆଦି ଜିଲ୍ଲା ରହିଛି । ଏହି ଜିଲ୍ଲାରୁ ଅଧିକରୁ ଅଧିକ ମାତ୍ରାରେ ଗତବର୍ଷ ଚିହ୍ନଟ କରାଯାଇଥିଲା । ସୁନ୍ଦରଗଡ଼ର ରାଉରକେଲା ଅଞ୍ଚଳରେ ଅଧିକ ଦେଖାଯାଇଥିଲା । ତେବେ ଚଳିତ ବର୍ଷ କିଭଳି ଭାବରେ ଡେଙ୍ଗୁ ସଂକ୍ରମଣକୁ ରୋକା ଯାଇପାରିବ ସେନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଡେଙ୍ଗୁ ରୋଗ କିପରି ବ୍ୟାପେ ?
ବିଶେଷ ଭାବରେ ଡେଙ୍ଗୁ ମଶା ବା ଏଡିସ ନାମକ ମଶା ଦିନ ସମୟରେ କାମୁଡିବା ଦ୍ଵାରା ଡେଙ୍ଗୁ ରୋଗ ହେବାର ସମ୍ଭାବନା ଅଧିକ ଥାଏ । ଏସିଡ ମଶା ସ୍ବଚ୍ଛ ପାଣିରେ ବଂଶ ବିସ୍ତାର କରିଥାନ୍ତି । ଯେଭଳି ଭାବରେ ପୁରୁଣ ଡ଼ବା, ଏସି, କୁଲର ଆଦିରେ ମଶାମାନେ ଅଣ୍ଡା ଦେଇଥାନ୍ତି । ଏବଂ ଅଧିକରୁ ଅଧିକ ଭାବରେ ବଂଶ ବିସ୍ତାର କରିଥାନ୍ତି । ତେଣୁ ସ୍କୁଲ, କଲେଜ ଓ ଗାଁ ଗାଁ ବୁଲି କିଭଳି ଡେଙ୍ଗୁ ରୋଗ ଓ ମଶା କାମୁଡା ଠାରୁ ଦୂରେଇ ରହିବା ,ସେନେଇ ସଚେତନତା କରାଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+