ଡ଼ରଉଛି ଡେଙ୍ଗୁ; ପ୍ରସ୍ତୁତ ହେଉଛି ସିଏମସି

କଟକ: ଡରୁଉଛି ଡେଙ୍ଗୁ। ବିଏମସି ପରେ ସିଏମସିରେ ଡେଙ୍ଗୁ କାୟା ବିସ୍ତାର କଲାଣି। ସିଏମସି ସହ ପୁରା କଟକ ଜିଲ୍ଲାରେ କିଭଳି ଏହାକୁ ନିୟନ୍ତ୍ରଣ କରାଯାଇପାରିବ ସେଥିପାଇଁ ଅଣ୍ଟା ଭିଡ଼ିଛି ସ୍ୱାସ୍ଥ୍ୟ ବିଭାଗ ।ସିଏମସି କାର୍ଯ୍ୟାଳୟରେ ଉଚ୍ଚ ସ୍ତରୀୟ ଆଲୋଚନା କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମେୟର ସୁବାଷ ସିଂ, କମିଶନର ନିଖିଲ ପୱନ କଲ୍ୟାଣ ସିଡିଏମଓ ସତ୍ୟବ୍ରତ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କୁ ଡେଙ୍ଗୁ ମୁକାବିଲା ପାଇଁ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି। ସପ୍ତାହରେ ଗୋଟିଏ ଦିନ ଡ୍ରାଏ ଡେ ପାଳନ ପାଇଁ ସହରବାସୀଙ୍କୁ ପରାମର୍ଶ ଦେବା ପାଇଁ ଯୋଜନା ହୋଇଛି। ଏହା ସହିତ କୌଣସି ସ୍ଥାନରେ ଯେଭଳି ପାଣି ଜମା ରହିବନି ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ବୁସ କଟିଂ ମଶାତେଲ, ମଶାଧୂଆଁ ସାଙ୍ଗକୁ ସଫେଇ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ମେୟର ସୁବାଷ ସିଂ।

dengue

ଡେଙ୍ଗୁ ହେଲେ ସାଧାରଣ ଲୋକମାନେ କଣ କରିବ ଆଦି ସମ୍ପର୍କରେ ଲୋକମାନଙ୍କୁ ସଚେତନତା କରାଯିବ। ବିଭିନ୍ନ ସରକାରୀ ଏବଂ ବେସରକାରୀ ଡାକ୍ତର ଖାନାକୁ ଡେଙ୍ଗୁ ରୋଗୀଙ୍କ ସୂଚନା ସରକ୍ୟୁଲେଟ କରିବା ପାଇଁ ନିର୍ଦ୍ଦେଶ ଦଆଯାଇଛି ।''

ସୂଚନା ଅନୁସାରେ କଟକ ଜିଲ୍ଲାରେ ୧୩ଜଣ ଲୋକ ଡେଙ୍ଗୁର ଆକ୍ରାନ୍ତ ହୋଇଥିଲେ। ସେଥିମଧ୍ୟରୁ ସିଏମସି ଅଞ୍ଚଳରେ ୫ଜଣ ରୋଗୀ ଚି଼ହ୍ନଟ ହୋଇଛନ୍ତି । ଲୋକମାନଙ୍କ ଘର ସହ ଆଖପାଖ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ କଟକ ବାସୀଙ୍କୁ ସଚେତନ କରାଯିବ ସେ ନେଇ ଆଲୋଚନା ହୋଇଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+