ଡେଙ୍ଗୁମୟ ରାଜଧାନୀ : ୯ ଦିନରେ ଚିହ୍ନଟ ହେଲେଣି ୧୦୦୦ ରୋଗୀ, ସତର୍କ କରୁଛି ବିଏମସି
ଭୁବନେଶ୍ୱର : ଦିନକୁ ଦିନ ବଢୁଛି ଡେଙ୍ଗୁ । ୯ ଦିନରେ ୧୦୦୦ରେ ପହଞ୍ଚିଲାଣି ରୋଗୀଙ୍କ ସଂଖ୍ୟା । ଆମେ ଯଦି ଦେଖିବା ଦିନକୁ ହାରାହାରି ୧୨୦ ରୋଗୀ ଚିହ୍ନଟ ହେଉଛନ୍ତି । ଡେଙ୍ଗୁର ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ଵର । ଚଳିତ ସେପ୍ଟେମ୍ୱରରେ ଏହି ସଂଖ୍ୟା ଆହୁରି ବଢିବ ବୋଲି କୁହାଯାଉଛି ।
ରାଜଧାନୀ ଭୁବନେଶ୍ଵର ଡେଙ୍ଗୁମୟ । ମୋଟ ୩,୫୪୮ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୁବ୍ ଶୀଘ୍ର ଏହା ୪୦୦୦ ଛୁଇଁବ । ସେପ୍ଟେମ୍ୱର ୭ ତାରିଖରେ ୨୩୭ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଆଗକୁ ଏହି ମାମଲା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି ।
ରାଜଧାନୀର ଚାରିଆଡ଼େ ଡେଙ୍ଗୁ ଆଉ ଡେଙ୍ଗୁ । ମୋଟ ୧୮୩ ସ୍ଥାନରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରେ ୪୦ ସ୍ଥାନ ରେଡ୍ ଜୋନ । ସେଥିମଧ୍ୟରେ ସର୍ବାଧିକ ୧୪୧ ସହିଦନଗରରେ, ନୟାପଲ୍ଲୀରେ ୧୩୨, ଆଚାର୍ଯ୍ୟବିହାରରେ ୧୨୧, ପଟିଆରୁ ୧୦୯, ୟୁନିଟ୍ ୯ରୁ ୯୯, ଜୟଦେବ ବିହାରରୁ ୯୦, ସତ୍ୟନଗରରୁ ୮୭ ୟୁନିଟ-୬ରୁ ୭୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।

ଜଳବାୟୁ ପରିବର୍ତ୍ତନ ଯୋଗୁଁ ମଶା ବଂଶ ବୃଦ୍ଧି ପାଉଛି । ଦିନକୁ ଦିନ ବଢୁଛି ଡେଙ୍ଗୁ । ସାନ୍ଦ୍ରତା, ବର୍ଷା ଓ ଗରମ ଅସ୍ଥିର ରହୁଛି । ସେପ୍ଟେମ୍ବର ମାସରେ ସଂଖ୍ୟା ହୁ ହୁ ହୋଇ ବଢିବ । ଏହାପରେ କମିବ ।
ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୂଶୁଡ଼ି ପଡ଼ିଛି । ସଫେଇ ଠିକ୍ ଭାବେ ହେଉନି । ଅଳିଆ ପଡ଼ିରହୁଛି । ତେବେ ଲୋକ ସଚେତନ ଅଭାବ ସହ ପରିମଳ ବ୍ୟବସ୍ଥା ଭୂଶୁଡ଼ିବା ହେତୁ ଏହା ହେଉଥିବା ଜଣା ପଡୁଛି ।












Click it and Unblock the Notifications