ଡେଙ୍ଗୁର ହଟସ୍ପଟ ଭୁବନେଶ୍ୱର: ଖାଲି ସେପ୍ଟେମ୍ବର ମାସରେ ଏଯାଏଁ ୧୦୦୩ ଜଣ ରୋଗୀ

ଡେଙ୍ଗୁର ହଟସ୍ପଟ ପାଲଟିଛି ଭୁବନେଶ୍ୱର । ଚିନ୍ତା ବଢାଇଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ବଢ଼ିବାରେ ଲାଗିଛି ଡେଙ୍ଗୁ କେସ୍ । ଆଗକୁ ପୁଣି ବର୍ଷା ଥିବାରୁ ସଂଖ୍ୟା ଆହୁରି ବଢିବା ସମ୍ଭାବନା ରହିଛି ।

ଭୁବନେଶ୍ବର: ଡେଙ୍ଗୁର ହଟସ୍ପଟ ପାଲଟିଛି ଭୁବନେଶ୍ୱର । ଚିନ୍ତା ବଢାଇଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ବଢ଼ିବାରେ ଲାଗିଛି ଡେଙ୍ଗୁ କେସ୍ । ଆଗକୁ ପୁଣି ବର୍ଷା ଥିବାରୁ ସଂଖ୍ୟା ଆହୁରି ବଢିବା ସମ୍ଭାବନା ରହିଛି । ଲଗାଣ ବର୍ଷାରେ ସହରାଞ୍ଚଳ ସମେତ ବସ୍ତିରେ କାୟା ବିସ୍ତାର କରିଚାଲିଛି ଏଡିସ ମଶା ।

Dengue

ତେବେ ଆଜି ପୁଣି ଚିହ୍ନଟ ହୋଇଛନ୍ତି ୪୮ ନୁଆ ଡେଙ୍ଗୁ ରୋଗୀ। ଗତ ୨୪ ଘଣ୍ଟାରେ ୧୭୩ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ୪୮ଟି ପଜିଟିଭ ଓ ୧୨୫ଟି ନେଗେଟିଭ ଥିବା ଜଣାପଡିଛି । ଆଜି ଚିହ୍ନଟ ହୋଇଥିବା ରୋଗୀଙ୍କୁ ମିଶାଇଲେ ରାଜଧାନୀରେ ମୋଟ ଡେଙ୍ଗୁ ରୋଗୀ ସଂଖ୍ୟା ୨୦୫୯କୁ ବୃଦ୍ଧି ପାଇଛି । ଅଗଷ୍ଟ ମାସରେ ୭୬୩ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ କେବଳ ସେପ୍ଟେମ୍ବର ମାସରେ ବର୍ତ୍ତମାନ ସୁଦ୍ଧା ୧୦୦୩ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଛନ୍ତି । ନିଳାଦ୍ରୀବିହାରରୁ ସର୍ବାଧିକ ୩୦୬ଜଣ, ନୟାପଲ୍ଲୀରୁ ୨୧୬, ୟୁନିଟ-୯ରୁ ୧୪୭, ଆଇଆରସି ଭିଲେଜ ଅଞ୍ଚଳରୁ ୧୬୦ ଓ ଜୟଦେବ ବିହାରରୁ ୭୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିଭଳି ଭୁବନେଶ୍ବର ଉପକଣ୍ଠରୁ ମଧ୍ୟ ୫ଶହରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।

ବର୍ଷାଦିନ ଥିବାରୁ ମଶାଧୂଆଁ ଛାଡିବା ସମ୍ଭବପର ହେଉନଥିଲେ ହେଁ ବିଏମସି ପକ୍ଷରୁ ନିୟମିତ ବୁସକଟିଂ ଓ ସାପ୍ତାହିକ ଦୁଇ ଦିନ ଡ୍ରାଏ ଡେ ପାଳନ ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଜାରି ରହିଛି । ତେବେ ଗତବର୍ଷ ତୁଳନାରେ ଚଳିତ ବର୍ଷର ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ କମ ରହିଛି । ବର୍ତ୍ତମାନ ଟେଷ୍ଟିଂ ପଜିଟିଭ ରେଟ ଶତକଡା ୬୦ପ୍ରତିଶତରୁ ହ୍ରାସ ପାଇ ୩୦ପ୍ରତିଶତକୁ ଆସିଛି । ଏଣୁ ଲୋକେ ଆତଙ୍କିତ ନହୋଇ ମଶା ବଂଶ ଲୋପ ଦିଗରେ ଯତ୍ନବାନ ହେଲେ ଡେଙ୍ଗୁକୁ ରୋକାଯାଇପାରିବ ବୋଲି ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+