ରାଜଧାନୀରେ ଡେଙ୍ଗୁ ଆତଙ୍କ, ବସ୍ତିରେ ବ୍ୟାପୁଛି
Dengue: ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଆତଙ୍କ । ବସ୍ତିଠୁ ବସ୍ତି ବ୍ୟାପିବାରେ ଲାଗିଛି । ତେବେ ବର୍ଷାର ପରିମାଣ ବଢିବା ସହ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ମଧ୍ୟ ଅଧିକ ବଢିବାରେ ଲାଗିଛି । ବର୍ଷା ଯୋଗୁଁ ସବୁଠି ପାଣି ଜମା ହୋଇ ରହିଛି, ଯେଉଁଥିରେ ମଶା ମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ।

ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା ବଢୁଥିବା ନେଇ ମଙ୍ଗଳବାର ମେୟାର ସୁଲୋଚନା ଦାସ କହିଛନ୍ତି ଯେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ସେହିପରି ରାଜ୍ୟରେ ବିଭିନ୍ନ ସ୍ଥାନରୁ ଡେଙ୍ଗୁ ରୋଗୀ ଭୁବନେଶ୍ୱର ଟେଷ୍ଟିଂ ଓ ଚିକିତ୍ସିତ ହେବା ପାଇଁ ଆସୁଛନ୍ତି । ଯେଉଁଥି ପାଇଁ ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । ଅନ୍ୟପକ୍ଷରେ ବିଏମସି ଏହାର ମୁକାବିଲା ପାଇଁ ସମସ୍ତ ପ୍ରକାର ଚେଷ୍ଚା ଜାରି ରଖିଛନ୍ତି । ପ୍ରତ୍ୟେକ ଶୁକ୍ରବାର 'ଡ୍ରାଏ ଡେ ମୁଭମେଣ୍ଟ'ରେ ସାମିଲ ହେବା ପାଇଁ ମେୟର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।












Click it and Unblock the Notifications