ଟେନସନ୍ ଦେଉଛି ଡେଙ୍ଗୁ: ହଟସ୍ପଟ୍ ପାଲଟିଛି ରାଜଧାନୀ ଭୁବନେଶ୍ୱର, ରାଜଧାନୀରେ ୨ ଶହରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ

ଟେନସନ୍ ଦେଉଛି ଡେଙ୍ଗୁ। ଡେଙ୍ଗୁର ହଟସ୍ପଟ୍ ପାଲଟିଛି ରାଜଧାନୀ ଭୁବନେଶ୍ୱର । ୨ ଦିନରେ ୨ଜଣଙ୍କ ମୃତ୍ୟୁ ଅଭିଯୋଗ ଆସିବା ପରେ ଚାରିଆଡ଼େ ଆତଙ୍କ ସୃଷ୍ଟି ହୋଇଛି । କେବଳ ରାଜଧାନୀରେ ୨ ଶହରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି ।

ବିଏମସି କମିସନର କହିଛନ୍ତି, ଡେଙ୍ଗୁ ସଂକ୍ରମଣ ରୋକିବା ପାଇଁ ଚିକିତ୍ସା ଅପେକ୍ଷା ସଚେତନ ବୃଦ୍ଧି ଅଧିକ ଜରୁରୀ ହୋଇ ପଡିଛି । ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଇଛି । ଭଙ୍ଗା ଟିଣ, ପୁରୁଣା ଟାୟାର, ଟାଙ୍କି ଆଦି ସଫା କରାଯାଉଛି । ଘର ଆଖପାଖ ଅଞ୍ଚଳକୁ ସଫା ରଖିବା ପାଇଁ ସଚେତନ କରାଯିବା ସହ ଧୂଆଁ ଓ ମଶାତେଲ ପକାଯାଉଛି ।

dengue

ଜ୍ଵର ହେଲେ ନ ଲୁଚାଇ ତୁରନ୍ତ ଡେଙ୍ଗୁ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି ବିଏମସି କମିସନର । ତେବେ ରାଜ୍ୟରେ ଡେଙ୍ଗୁ କାୟା ମେଲାଉଥିବା ବେଳେ ଭୁବନେଶ୍ୱରରେ ସ୍ଥିତି ବିଗିଡିବାରେ ଲାଗିଛି। ବର୍ଷାଦିନ ହୋଇଥିବାରୁ ସଂକ୍ରମଣ ଅଧିକ ବ୍ୟାପିବା ଆଶଙ୍କା ରହିଛି ।

ରାଜ୍ୟରେ ୧୮,୦୨୪ ଜଣଙ୍କର ହୋଇଛି ଡେଙ୍ଗୁ ପରୀକ୍ଷା। ୫୫୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ୩୩୬ ଜଣଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରେ ୨୦୦ରୁ ଅଧିକ ଡେଙ୍ଗୁରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ୨୬ ଜଣ ରୋଗୀ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

ସରକାର ବି ଡେଙ୍ଗୁକୁ ରୋକିବା ନିମନ୍ତେ ସୁଚିନ୍ତିତ ପଦକ୍ଷେପ ନେଉଛନ୍ତି। ବିଏମସି ଓ ସଏମ୍ସି ତତ୍ପରତା ଦେଖାଇଛନ୍ତି। ଲୋକ ସଚେତନ ବୃଦ୍ଧି ପାଇଁ ସରକାର ପଦକ୍ଷେପ ବି ନେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+