ରାଜ୍ୟରେ ମୋଟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୧; ସୁନ୍ଦରଗଡ଼ରୁ ୭୨୭ ଓ ଖୋର୍ଦ୍ଧାରୁ ୫୯୫
ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୪ଶହ ଡେଇଁଲା । ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ । ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ରଙ୍କ ପ୍ରତିକ୍ରିୟା । ଗତକାଲି ସୁଦ୍ଧା ରାଜ୍ୟରେ ମୋଟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୧ । କେବଳ ସୁନ୍ଦରଗଡ଼ରୁ ୭୨୭ ଓ ଖୋର୍ଦ୍ଧାରୁ ୫୯୫ ଜଣ ଆକ୍ରାନ୍ତ ଚିହ୍ନଟ । କଟକ, ବଲାଙ୍ଗିର ଓ ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ । ଦିଲ୍ଲୀରୁ ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟ ବିଭାଗ ଟିମ୍ ଭିଜିଟ୍ କରିଛନ୍ତି, ଟେଷ୍ଟିଂ ବଢ଼ିଛି ବୋଲି ସେ କହିଛନ୍ତି ।
ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ୱାର୍ଡରେ ରୋଗୀରେ ଭର୍ତ୍ତି ହୋଇଯାଇଛି। ଡେଙ୍ଗୁ ୱାର୍ଡରେ ୨୦ଟି ଶଯ୍ୟା ରହିଥିବା ବେଳେ ଏବେ ସମସ୍ତ ଶଯ୍ୟାରେ ରୋଗୀମାନେ ଚିକିତ୍ସିତ ହେଉଛନ୍ତି। ଏହାସହ ଆଜି ୨୩୦ ଜଣ ଡେଙ୍ଗୁ ପରୀକ୍ଷା କରିଥିବା ବେଳେ ୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ଡେଙ୍ଗୁ ୱାର୍ଡ଼ ଭର୍ତ୍ତି ହୋଇଯାଇଛି। ରୋଗୀ ଅଧିକ ହେଲେ ଆହୁରି ୫୦ ଶଯ୍ୟା ବିଭିନ୍ନ ୱାର୍ଡରେ ସଂରକ୍ଷିତ ରଖାଯାଇଛି।

ଆବଶ୍ୟକ ପଡ଼ିଲେ ଶଯ୍ୟା ସଂଖ୍ୟାରେ ବୃଦ୍ଧି କରାଯିବ। ହସ୍ପିଟାଲର ଡେଙ୍ଗୁ ୱାର୍ଡରେ ଭର୍ତ୍ତି ସମସ୍ତ ରୋଗୀ ରାଜଧାନୀର ନୁହନ୍ତି ବୋଲି ଜଣାପଡ଼ିଛି। । କିନ୍ତୁ ରାଜଧାନୀର ବିଭିନ୍ନ ସ୍ଥାନରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପୂର୍ବରୁ ଖଣ୍ଡଗିରି ଓ ଜାଗମରା ଅଞ୍ଚଳରୁ ଅଧିକ ଚିହ୍ନଟ ହେଉଥିବାବେଳେ ଏବେ ପଟିଆ ଏକ ନମ୍ବରରେ ରହିଛି ବୋଲି ଜଣାପଡିଛି। ସେହିପରି ସହିଦନଗର, ସାଲିଆସାହି ଅଞ୍ଚଳରେ ମଧ୍ୟ ଆକ୍ରାନ୍ତ ରହିଛନ୍ତି ।'
କେନ୍ଦ୍ରୀୟ ପ୍ରତିନିଧି ରିଙ୍କୁ ଶର୍ମା ଓ ଅମିତ କେୟାସ କ୍ୟାପିଟାଲ ହସ୍ପିଟାଲ, ବିଏମସି ହସ୍ପିଟାଲର ଡେଙ୍ଗୁ ୱାର୍ଡ଼ ଓ ରାଜଧାନୀର ବିଭିନ୍ନ ଡେଙ୍ଗୁ ପ୍ରଭାବିତ ଅଞ୍ଚଳ ବୁଲିବା ସହିତ ସ୍ଥିତି ଯାଞ୍ଚ କରିଛନ୍ତି। ତାଙ୍କ ସହିତ ଯୁଗ୍ମ ନିର୍ଦ୍ଦେଶକ ମଧ୍ୟ ବୁଲିଥିଲେ। ରାଜଧାନୀରେ ଏପର୍ଯ୍ୟନ୍ତ ପ୍ରାୟ ୧୫ହଜାର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। ସେଥିରୁ ୪୩୬ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି ।












Click it and Unblock the Notifications