ମାଲକାନଗିରିରେ ଡେଙ୍ଗୁ ଭୟ, ଚଳିତମାସରେ ୬୨ ଜଣ ରୋଗୀ ଚିହ୍ନଟ
ମାଲକାନଗିରିରେ ଡେଙ୍ଗୁ ଭୟ, ଚଳିତମାସରେ ୬୨ଜଣ ରୋଗୀ ଚିହ୍ନଟ
ମାଲକାନଗିରି: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡେଙ୍ଗୁ ଚିନ୍ତା ବଢାଉଛି । ରାଜଧାନୀ ପରେ ଏବେ ମାଲକାନଗିରିରେ ଡେଙ୍ଗୁ ଆତଙ୍କ । ଚଳିତମାସରେ ଏ ପର୍ଯ୍ୟନ୍ତ ୬୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ସେହିପରି ଗତମାସରେ ୩୪ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ପ୍ରାୟ ୬ ମାସ ହେବ ଜିଲ୍ଲାରେ ଚିହ୍ନଟ ହେଉଛନ୍ତି ଡେଙ୍ଗୁ ରୋଗୀ । ମାସକୁ ମାସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଛି ।

ଡେଙ୍ଗୁ ରୋଗୀଙ୍କ ବଢୁଥିବା ସଂଖ୍ୟାକୁ ନଜରରେ ରଖି ମାଲକାନଗିରି ସଦର ମହକୁମା ମେଡିକାଲରେ ସ୍ୱତନ୍ତ୍ର ୱାର୍ଡ ବ୍ୟବସ୍ଥା କରାଯାଇଛି । ଗୁରୁତରମାନଙ୍କୁ ତୁରନ୍ତ କୋରାପୁଟ ଡାକ୍ତରଖାନକୁ ସ୍ଥାନାନ୍ତର କରାଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡେଙ୍ଗୁ ବ୍ୟାପୁଥିବା ସ୍ୱୀକର କରିବା ସହ ଭୟଭୀତ ନ ହୋଇ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଘର ଘର ବୁଲି ରକ୍ତ ନମୁନା ସଂଗ୍ରହ କରାଯିବା ସହ ନାଳ ନର୍ଦ୍ଦମା ସଫା କରଯାଉଛି ।
ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ୍ ୨୦୫ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୨୭ ଜଣଙ୍କୁ ଆଡମିଟ୍ କରାଯାଇଛି । ସେହିପରି ୩୦ଟି ଆକ୍ଟିଭ୍ କେଶ୍ ରହିଛି । ଏନେଇ ସୂଚନା ଦେଇଛନ୍ତି ମାଲାକାନଗିରି ସିଡିଏମଓ । ସେପଟେ ଜିଲ୍ଲାରେ ଅଜଣା ରୋଗରେ ମୋଟ୍ ୮ ଜଣଙ୍କ ଜୀବନ ଗଲାଣି ।












Click it and Unblock the Notifications