ରାଜଧାନୀରେ ଡେଙ୍ଗୁ ଭୟ, ବଢିବାରେ ଲାଗିଛି ରୋଗୀଙ୍କ ସଂଖ୍ୟା
Bhubaneswar :Dengue At Capital , 31 Identified In A Day .ରାଜଧାନୀରେ ଡେଙ୍ଗୁ ଭୟ, ବଢିବାରେ ଲାଗିଛି ରୋଗୀଙ୍କ ସଂଖ୍ୟା
ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁ ଭୟ । ବଢିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। କିଛି ଦିନ ତଳେ ମଧ୍ୟ ଭୁବନେଶ୍ବରରେ ଡେଙ୍ଗୁ କାୟାବିସ୍ତାର କରିଥିଲା । ଏବେ ପୁଣି ଲୋକଙ୍କ ଚିନ୍ତା ବଢାଉଛି ଡେଙ୍ଗୁ । ତେବେ ୩ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ୮୧୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ, ସେଥିମଧ୍ୟରୁ କେବଳ ଭୁବନେଶ୍ବରରେ ୭୬୭ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୫୧ରୋଗୀ ବାଲିଅନ୍ତା, ବାଲିପାଟଣା ଓ ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ତେବେ ଗତକାଲି ଅର୍ଥାତ୍ ୨୨ ତାରିଖ ରିପୋର୍ଟ ଅନୁସାରେ ଭୁବନେଶ୍ବର ମହାନଗର ନିମଗରେ ୩୨ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱର ୟୁନିଟ୍-୯ ଅଞ୍ଚଳରୁ ଅଧିକ ସଂଖ୍ୟାରେ ରୋଗୀ ଚିହ୍ନଟ ହେଉଛନ୍ତି । ଏପରିକି ପିଏଚ୍ଡି ଅଫିସରେ ମଧ୍ୟ ଏକାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଜଣେ କର୍ମଚାରୀଙ୍କର ମୃତ୍ୟୁ ମଧ୍ୟ ହୋଇଛି । ୱାର୍ଡ ନଂ-୨୯ରେ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସେହିପରି ଭୁବନେଶ୍ୱରର ୩୫ ନଂ ୱାର୍ଡରେ ମଧ୍ୟ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ମୋଟ୍ ୭୬୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ଡେଙ୍ଗୁ ରୋଗୀ ବିଡିଏ କଲୋନୀ ଏବଂ ୟୁନିଟ୍-୯ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହିପରି ଚନ୍ଦ୍ରଶେଖରପୁର, ଡମଣା ଅଞ୍ଚଳରେ ମଧ୍ୟ ଅନେକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।












Click it and Unblock the Notifications