ଓଡ଼ିଶାରେ ୟୁପି ଗ୍ୟାଙ୍ଗଷ୍ଟର ନିରୋଧ ଭଳି ଆଇନ ପାଇଁ ଦାବି
ମୁଖ୍ୟମନ୍ତ୍ରୀଙ୍କୁ ଉପବାଚସ୍ପତିଙ୍କ ପ୍ରସ୍ତାବ , ଓଡ଼ିଶାରେ ଆସୁ ଉତ୍ତର ପ୍ରଦେଶ ଷ୍ଟାଇଲ୍ ଆଇନ୍ । ସେ କହିଛନ୍ତି , ଅପରାଧୀଙ୍କୁ ଦମନ ପାଇଁ ଅଣ୍ଟା ଭିଡ଼ନ୍ତୁ ସରକାର । ରାଜ୍ୟରେ ବଢ଼ୁଛି ଅପରାଧ , ସାମ୍ନାକୁ ଆସୁଛି ଚୋରି, ନାରୀ ନିର୍ଯାତନା ମାମଲା । ଅପରାଧ ପ୍ରବଣର ଅପବାଦ ମୁଣ୍ଡାଇଲାଣି ଓଡ଼ିଶା ।ଅପରାଧୀଙ୍କୁ ଦମନ ପାଇଁ ପଦକ୍ଷେପ ନେବାକୁ ଆହ୍ବାନ । ଓଡ଼ିଶା ପାଇଁ ଆସୁ 'ଓଡ଼ିଶା ଗ୍ୟାଙ୍ଗଷ୍ଟର୍ସ ଓ ଅସାମାଜିକ ଗତିବିଧି ଆଇନ୍ ' । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରସ୍ତାବ ଦେଇଛନ୍ତି ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ।

ସେ ଆହୁରି ମଧ୍ୟ କହିଛନ୍ତି ଅପରାଧ ଦମନ ପ୍ରସ୍ତାବରେ କଡ଼ା ଦଣ୍ଡବିଧାନ ଓ ସମ୍ପତ୍ତି ଜବରଦଖଲର ଭୟ ରଖାଯାଉ । ବଡ଼ ବଡ଼ ନେତା, ଅର୍ଥ ଲଗାଉଥିବା ବ୍ୟକ୍ତିବିଶେଷଙ୍କୁ ଦମନ କରାଯାଉ ଅପରାଧଶ୍ରେଣୀୟ ଗୋଷ୍ଠୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରିବାକୁ ନିୟମ ଆସୁ । ଏହା ସହ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ କଡ଼ା ଆଇନକାନୁନ୍ ଲାଗୁ ହେଉ ।
'ଓଡ଼ିଶା ଗ୍ୟାଙ୍ଗଷ୍ଟର୍ସ ଓ ଅସାମାଜିକ ଗତିବିଧି ଆଇନ୍'ରେ କ'ଣ ରହିବ ?
ସଂଗଠିତ ଅପରାଧୀ ଗୋଷ୍ଠୀର ଗଠନ ଓ ଆପରାଧିକ ଗତିବିଧି ଉପରେ ଲଗାଇବ ଲଗାମ
ଗ୍ୟାଙ୍ଗ୍ଷ୍ଟର ଓ ଗୁଣ୍ଡାଙ୍କ ପ୍ରଭାବଶାଳୀ ମକଦ୍ଦମା ଏବଂ ନିବାରଣ ସୁନିଶ୍ଚିତ କରିବା
ଏକ କେନ୍ଦ୍ରୀଭୂତ ଆଇନଗତ ଢାଞ୍ଚା ମାଧ୍ୟମରେ ଜନତାଙ୍କ ଶାନ୍ତି, ସୁରକ୍ଷା ଓ ସମ୍ପତ୍ତିକୁ ସୁନିଶ୍ଚିତ କରିବା
ସମ୍ପତ୍ତି ବାଜ୍ୟାପ୍ତି ସହ ତ୍ବରିତ ପ୍ରତିରୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ସକ୍ଷମ କରିବା
ଗ୍ୟାଙ୍ଗ୍ ନେଟ୍ୱର୍କକୁ ଚିହ୍ନଟ କରି ନିଷ୍କ୍ରିୟ କରିବା ପାଇଁ ସ୍ବତନ୍ତ୍ର ଆଇନ୍ ଲାଗୁ କରିବା












Click it and Unblock the Notifications