Get Updates
Get notified of breaking news, exclusive insights, and must-see stories!

ବିଧାୟକଙ୍କ ଦରମା ବୃଦ୍ଧି ଦାବି: ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କମ୍ ରହିଛି ବିଧାୟକଙ୍କ ଦରମା ଓ ଭତ୍ତା

Odisha News: ଆଜି ଶୂନ୍ୟକାଳରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି ନେଇ ଦାବି ରଖିଲା ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ବର୍ତ୍ତମାନ ବଜାର ଦର ବଢିବାରେ ଲାଗିଛି। ପୂର୍ବତନ ବିଧାୟକଙ୍କୁ ଯେଉଁ ପେନସନ୍ ମିଳୁଛି ତାହା ମେଡିସିନ ଖର୍ଚ୍ଚ ବା ବଜାର ଦର ତୁଳାଇବା ପାଇଁ ପର୍ଯ୍ୟାପ୍ତ ନୁହେଁ ।

ତେବେ ଏଥିପାଇଁ ଭାସ୍କର ମଢେଇଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ଏବଂ ଏକ ରିପୋର୍ଟ ମଧ୍ୟ ଦିଆଯାଇଛି । ତେବେ ଏହି ରିପୋର୍ଟକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ । ସେ ଆହୁରି କହିଛନ୍ତି ୨୦୧୭ ମସିହାରେ ଶେଷ ଥର ପାଇଁ ବିଧାୟକଙ୍କ ଦରମା ବଢାଯାଇଥିଲା । ଏବେ ଦରମା ବଢାଯିବାର ସମୟ ଆସିଛି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।

Odisha News

ସେହିପରି ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି କରିବା ନେଇ ଗୃହରେ ବିଜେପି ବିଧାୟକ ସମାନ ଦାବି ଉଠାଇଛନ୍ତି । ସେ କହିଛନ୍ତି, ପୂର୍ବତନ ବିଧାୟକ ଭାବେ ମୁଁ ଭୁକ୍ତଭୋଗି । ଚଳିବା ପାଇଁ ଅସୁବିଧା ହେଉଛି । ସରକାରୀ କର୍ମଚାରୀଙ୍କ ପାଇଁ ବେତନ କମିଶନ ରହିଛି ହେଲେ ବିଧାୟକଙ୍କ ପାଇଁ କିଛି ନାହିଁ । ଦରମା ବୃଦ୍ଧି ନେଇ କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ କହିଛନ୍ତି, ପୂର୍ବତନ ବିଧାୟକଙ୍କ ଅବସ୍ଥା ବେଶ ଶୋଚନୀୟ । ଚଳିବାକୁ ଭାରି କଷ୍ଟ ହେଉଛି, କିଛି ପୂର୍ବତନ ବିଧାୟକଙ୍କ ଘରଟିଏ ମଧ୍ୟ ନାହିଁ । ଆମ ରାଜ୍ୟରେ ବିଧାୟକଙ୍କ ଦରମା ଓ ଭତ୍ତା ଅନ୍ୟ ରାଜ୍ୟଠାରୁ କମ ରହିଛି । କମିଟି ରିପୋର୍ଟକୁ ଯଥା ଶୀଘ୍ର କାର୍ଯ୍ୟକାରୀ କରାଯାଉ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+