Get Updates
Get notified of breaking news, exclusive insights, and must-see stories!

ନୂଆଁଖାଇ ଅବସରରେ ୩ ଦିନ ସରକାରୀ ଛୁଟି ଘୋଷଣା କରିବାକୁ ଦାବି

Nuakhai The Mass Festival Of Western Odishaନୂଆଁଖାଇ ଅବସରରେ ୩ ଦିନ ସରକାରୀ ଛୁଟି ଘୋଷଣା କରିବାକୁ ଦାବି

ଭୁବନେଶ୍ୱର : ଆସନ୍ତା ସେପ୍ଟମ୍ବର ମାସ ୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଯେଉଁଥି ପାଇଁ ଚଳଚଞ୍ଚଳ ଗାଁଠୁ ସହର । ନୂଆଁଖାଇ ପାଇଁ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାରେ ଦିନିକିଆ ଛୁଟି ଘୋଷଣା କରିଛନ୍ତି । ହେଲେ ଏହି ଏକ ଦିନିଆ ଛୁଟିକୁ ତିନି ଦିନ କରିବା ପାଇଁ ଏବେ ଦାବି କରାଯାଉଛି । ଜିଲ୍ଲା ପ୍ରଶାସନ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଉଛି । ସମ୍ବଲପୁରର ବିଭିନ୍ନ ସଂଗଠନ ତରଫରୁ ନୂଆଁଖାଇ ସମେତ ଏହାର ପୂର୍ବ ଓ ପରଦିନକୁ ଛୁଟି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।

ODISHA

ତେବେ ବାହାରେ ରହି ଚାକିରି କରୁଥିବା ,ପାଠପଢୁଥିବା କିମ୍ବା ବ୍ୟବସାୟ କରୁଥିବା ବ୍ୟକ୍ତି ମାନେ ପର୍ବପର୍ବାଣୀର ଛୁଟିକାଟିବା ପାଇଁ ନିଜ ଘରକୁ ଯାଇଥାନ୍ତି ଏପରିସ୍ଥିତିରେ ଗୋଟେ ଦିନ ଛୁଟିଥିବାରୁ ପରଦିନ ନିଜ ନିଜ କାମରେ ଯୋଗଦେ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକ ମାନେ । ସେଥିପାଇଁ ଗୋଟେ ଦିନର ଛୁଟିକୁ ବୃଦ୍ଧି କରି ଦୁଇ କିମ୍ବା ତିନି କରିବା ପାଇଁ ଦାବି କରାଯାଉଛି । ବରଗଡ଼ରୁ ବଲାଙ୍ଗୀର, ସମ୍ବଲପୁରରୁ ସୋନପୁର ସବୁଠି ନୂଆଖାଇ ଛୁଟି ଅବଧିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

d

ବିରୋଧୀ ଦଳର ନେତା ତଥା ସମ୍ବଲପୁରର ବିଧାୟକ ଜୟନାରାୟଣ ମିଶ୍ର ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନୂଆଁଖାଇ ଛୁଟି ଦିନର ଅବଧିକୁ ବଢାଇବା ପାଇଁ ଦାବି କରିଥିଲେ । ସେହିପରି ବରଗଡ ସାଂସଦ ସୁରେଶ ପୂଜାରୀ ମଧ୍ୟ ଟ୍ୱିଟ୍ କରି ଛୁଟି ଦିନର ଅବଧିକୁ ବୃଦ୍ଧି କରିବାକୁ ଦାବି ରଖିଛନ୍ତି । ସେହିପରି ବିଜେଡି ନେତା କଳିକେଶ ସିଂହଦେଓ ମଧ୍ୟ ଛୁଟି ଅବଧି ଦୁଇ ଦିନ ପରିବର୍ତ୍ତେ ତିନି ଦିନ କରିବାକୁ ଦାବି କରିଛନ୍ତି। ତେବେ ନୂଆଁଖାଇ ପାଇଁ ଦୁଇ ଦିନର ଛୁଟି ଦାବିକୁ ସମର୍ଥନ ଜଣାଇଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ତେବେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ବଲାଙ୍ଗୀର ଜିଲ୍ଲା ଆରଡିସି ଦୁଇ ଦିନ ସ୍ଥାନୀୟ ଛୁଟି ଘୋଷଣା କରିସାରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+