ଓଡ଼ିଶାରେ ମେଟ୍ରୋ ଗଡିବା ପାଇଁ ପ୍ରସ୍ତୁତି ଆରମ୍ଭ, ଡିପିଆର ପ୍ରସ୍ତୁତ କରିବା ଦିଲ୍ଲୀ ମେଟ୍ରୋ କର୍ପୋରେସନ୍
ଭୁବନେଶ୍ୱର: ଓଡ଼ିଶାରେ ମେଟ୍ରୋ ଗଡିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜ୍ୟରେ ମେଟ୍ରୋ ଟ୍ରେନ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ପରେ ଆଉ ପାଦେ ଆଗକୁ ବଢିଛନ୍ତି ସରକାର ।
ଓଡ଼ିଶାର ବହୁ ପ୍ରତିକ୍ଷୀତ ମେଟ୍ରୋ ପ୍ରକଳ୍ପ ଲାଗି ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ କରିବ ବୋଲି ଜଣା ପଡ଼ିଛି । ପ୍ରାଥମିକ ପର୍ଯ୍ୟାୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ଡିପିଆର ପ୍ରସ୍ତୁତ ହେବ । ମେଟ୍ରୋ ଅପରେସନ ପ୍ଲାନ, ସିଗନାଲ, ଟେଲି ଯୋଗାଯୋଗ, ବିଦ୍ୟୁତ ଶକ୍ତି ଯୋଗାଣ ଆଦି ଦିଗକୁ ନେଇ ଡିପିଆର ପ୍ରସ୍ତୁତ ହେବ ।

ତେବେ ଏହି ମେଟ୍ରୋ ପ୍ରକଳ୍ପ ମାଷ୍ଟରକ୍ୟାଣ୍ଟିନ୍, ବାଣୀ ବିହାର, ଜୟଦେବ ବିହାର, ଚନ୍ଦ୍ରଶେଖରପୁର, ପଟିଆ, ରଘୁନାଥପୁର, ନନ୍ଦନକାନନ, ତ୍ରିଶୁଳିଆ ଆଦି ଅଞ୍ଚଳକୁ ସଂଯୋଗ କରିବ । ସମ୍ପୂର୍ଣ୍ଣ ପ୍ରକଳ୍ପ ଓଡ଼ିଶା ରେଳ ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ ଲିମିଟେଡ୍ (ORIDL) ତତ୍ତ୍ୱାବଧାନରେ ହେବ । ଓଆରଆଇଡିଏଲ୍ ହେଉଛି ଓଡ଼ିଶା ସରକାର ଓ ରେଳ ବିଭାଗର ମିଳିତ ସଂସ୍ଥା । ବିଡିଏର ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ୱର ଉନ୍ନୟନ ଉପାଧ୍ୟକ୍ଷ ବଲବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିରେ ନଗର ଯୋଜନା, କାର୍ଯ୍ୟ ଏବଂ ପରିଚାଳନା ସହିତ ଜଡିତ ପ୍ରାୟ ସମସ୍ତ ଲାଇନ୍ ବିଭାଗର ଅଧିକାରୀମାନେ ବାଣିଜ୍ୟ ଏବଂ ପରିବହନ ବିଭାଗ, ୱାଟକୋ, ରାଜସ୍ୱ ଏବଂ ବିପର୍ଯ୍ୟୟ ରିଚାଳନା, ସାଧାରଣ ପ୍ରଶାସନ, ବିଏସଏନଏଲ, ଶକ୍ତି, GAIL, ପୂର୍ତ୍ତ ବିଭାଗର କର୍ମକର୍ତ୍ତା ପ୍ରମୁଖ ବୈଠକରେ ଉପସ୍ଥିତ ରହିଥିଲେ ।
ଉଲ୍ଲେଖଥାଉ କି, ଉତ୍କଳ ଦିବସ ଅବସରେ ଓଡିଶାରେ ମେଟ୍ରୋ ଟ୍ରେନ୍ ଗଡିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟାକ । ଆସନ୍ତା ଅଗଷ୍ଟ ୧୫ରୁ କାର୍ଯ୍ୟ ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି ।












Click it and Unblock the Notifications