ଭୁବନେଶ୍ୱରରେ ଦିଲ୍ଲୀ ଘଟଣାର ପୁନରାବୃତ୍ତି; ମହିଳାଙ୍କ ସ୍କୁଟିକୁ ଘୋଷାଡ଼ି ନେଲା କାର୍
ରାଜଧାନୀ ଭୁବନେଶ୍ୱରରେ ଦିଲ୍ଲୀ ଘଟଣାର ପୁନରାବୃତ୍ତି । ଜଣେ ମହିଳାଙ୍କ ସ୍କୁଟିକୁ ଧକ୍କା ଦେବା ପରେ ଘୋଷାଡ଼ି ନେଲା କାର୍ । ଗତ ଡିସେମ୍ବର ମାସ ୩୧ ତାରିଖ ବିଳମ୍ବିତ ରାତ୍ରିରେ ଦେଶର ରାଜଧାନୀ ଦିଲ୍ଲୀରେ ଏହି ଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା ।

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିଲ୍ଲୀ ଘଟଣାର ପୁନରାବୃତ୍ତି । ଜଣେ ମହିଳାଙ୍କ ସ୍କୁଟିକୁ ଧକ୍କା ଦେବା ପରେ ଘୋଷାଡ଼ି ନେଲା କାର୍ । ଗତ ଡିସେମ୍ବର ମାସ ୩୧ ତାରିଖ ବିଳମ୍ବିତ ରାତ୍ରିରେ ଦେଶର ରାଜଧାନୀ ଦିଲ୍ଲୀରେ ଏହି ଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଯାହା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ତେବେ ଏହି ପରି ଘଟଣାର ପୁରନାବୃତ୍ତି ହୋଇଛି ଓଡିଶା ରାଜଧାନୀ ଦିଲ୍ଲୀ ।
ମିଳିଥିବା ଖବର ଅନୁଯାଇ, ମହିଳା ଜଣକ ଆଜି ସକାଳେ ଏଜି ଛକରେ ନିଜ ସ୍କୁଟି ଯୋଗେ ଯାଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ମହିଳାଙ୍କୁ ଧକ୍କା ଦେଇଥିଲା। ଫଳରେ ମହିଳା ଜଣକ ଛିଟିକି ପଡ଼ିଥିବା ବେଳେ କାର୍ଟି ସ୍କୁଟିକୁ ରବୀନ୍ଦ୍ର ମଣ୍ଡପ ଯାଏ ଘୋଷାଡ଼ି ନେଇଥିଲା। ଦୁର୍ଘଟଣା ଘଟାଇ କାରଟି ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଟ୍ରାଫିକ ପୋଲିସ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା । ଏହି ଘଟଣାରେ ଖାରବେଳ ନଗର ପୋଲିସ କାର ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି । ସ୍କୁଟିରୁ ପଡ଼ି ଆହତ ହୋଇଥିବା ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।
ଦିଲ୍ଲୀ ଘଟଣା
ଗତ ଡିସେମ୍ବର ମାସ ୩୧ ତାରିଖ ବିଳମ୍ବିତ ରାତ୍ରିରେ ଘରକୁ ଫେରୁଥିବା ସମୟରେ ଏକ କାର ଅଞ୍ଜଳୀ ନାମକ ଜଣେ ମହିଳାଙ୍କ ଛୁଟିକୁ ଧକ୍କା ଦେଇଥିଲା । ଅଞ୍ଜଳୀଙ୍କୁ ଉକ୍ତ କାରଟି ୧୩ କିମି ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ପରବର୍ତ୍ତୀ ସମୟରେ ଅଞ୍ଜଳୀଙ୍କର ମୃତଦେହ ଗୋଟିଏ ସ୍ଥାନରୁ ମିଳିଥିବା ବେଳେ ତାଙ୍କର ଭଙ୍ଗା ସ୍କୁଟି ଅନ୍ୟ ଏକ ସ୍ଥାନରୁ ମିଳିଥିଲା । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପିସିଆର ଭ୍ୟାନରେ ଡ୍ୟୁଟିରତ ପୋଲିସ କର୍ମୀଙ୍କୁ ତୁରନ୍ତ କାର୍ଯ୍ୟରୁ ସସପେଣ୍ଡ କରାଯାଇଥିଲା ।












Click it and Unblock the Notifications