ପୁଣି କେଜ୍ରିୱାଲଙ୍କୁ ଲାଗିଲା ବଡ଼ ଝଟକା, ଜେଲରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ଲାଗିଲା ଝଟକା । ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କ ଜାମିନ୍ ଆବେଦନ ନେଇ ତଳ କୋର୍ଟ ଦେଇଥିବା ରାୟ ଉପରେ ରୋକ୍ ଲଗାଇଛନ୍ତି । କେଜ୍ରିୱାଲଙ୍କୁ ଜାମିନ ଦେବା ବେଳେ ତଳ ନିଜର ମୁଣ୍ଡ ଆଦୌ ଖର୍ଚ୍ଚ କରି ନଥିଲେ । ସେହିପରି ତଦନ୍ତକାରୀ ସଂସ୍ଥା ଦାଖଲ କରିଥିବା ପ୍ରମାଣକୁ ମଧ୍ୟ କୋର୍ଟ ବିଚାରକୁ ନେଇ ନ ଥିଲେ । ଟ୍ରାଏଲ କୋର୍ଟଙ୍କ ମତ ଠିକ ନୁହେଁ ।

ତଦନ୍ତକାରୀ ସଂସ୍ଥା ଇଡି କରିଥିବା ଆବେଦନର ବିଚାର ପାଇଁ କିଛି ସମୟ ଆବଶ୍ୟକ । ଟ୍ରାଏଲ କୋର୍ଟର ବିଚାରପତି ସ୍ପଷ୍ଟ ଭାବେ ଦସ୍ତାବିଜଗୁଡ଼ିକୁ ବୁଝି ପାରି ନାହାନ୍ତି । ସେହିପରି ତଦନ୍ତକାରୀ ସଂସ୍ଥାର ଯୁକ୍ତିକୁ ମଧ୍ୟ ସେ ଗ୍ରହଣ କରି ନାହାନ୍ତି । ଫଳର ସ୍ୱରୂପ ଟ୍ରାଏଲ କୋର୍ଟ ଦେଇଥିବା ରାୟ ଉପରେ ରୋକ ଲଗାଯାଉଛି ବୋଲି ହାଇକୋର୍ଟ କହିଛନ୍ତି ।

Arvind Kejriwal

ସୁଚନାନୁସାରେ କିଛି ଦିନ ତଳେ ମଦ ଦୁର୍ନୀତି ମାମଲାରେ କେଜ୍‌ରିୱାଲଙ୍କୁ ନିମ୍ନ ଅଦାଲତ ଜାମିନ ପ୍ରଦାନ କରିଥିଲେ । ଏହାକୁ ନେଇ ଇଡି ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଜଷ୍ଟିସ୍ ସୁଧୀର କୁମାର ଜୈନଙ୍କ ଖଣ୍ଡପୀଠ ରାଉଜ୍ ଆଭିନ୍ୟୁ କୋର୍ଟର ଫୈସଲା ଉପରେ ରୋକ୍ ଲଗାଇଛନ୍ତି । କୋର୍ଟ ଏହି ମାମଲାରେ ଶୁଣାଣି କରି କହିଛନ୍ତି ଯେ, ତଳ କୋର୍ଟର ଅବକାଶକାଳୀନ ବେଞ୍ଚ କେଜ୍ରିୱାଲଙ୍କୁ ଜାମିନ୍ ଦେବା ସମୟରେ ନିଜ ବିବେକର ବ୍ୟବହାର କରିଥିଲେ କିନ୍ତୁ ଇଡିର ଦସ୍ତାବିଜ ଉପରେ ଗୁରୁତ୍ୱ ଦେଇନଥିଲେ । ତେଣୁ ତଳ କୋର୍ଟର ରାୟ ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ ।

ବାସ୍ତବରେ ଦିଲ୍ଲୀର ମଦ ଦୁର୍ନୀତିରେ ଅର୍ଥ ହେରଫେର ମାମଲାରେ କେଜ୍‌ରିୱାଲଙ୍କୁ ମାର୍ଚ୍ଚ ୨୧ରେ ଗିରଫ କରାଯାଇଥିଲା । ନିକଟରେ ଲୋକ ସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ତାଙ୍କୁ ସୁପ୍ରିମକୋର୍ଟରୁ ଜୁନ ୨ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଥିଲା । ଏହା ପରେ ସେ ଜୁନ ୨ରେ ଆତ୍ମସମର୍ପଣ କରିଥିଲେ । ତା'ପରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପାଇଁ ନିମ୍ନ ଅଦାଲତକୁ ଯିବାକୁ ପରାମର୍ଶ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+