ଦିଲ୍ଲୀ ସରକାରଙ୍କ ବଡ ନିଷ୍ପତ୍ତି, ଶ୍ରାବଣରେ ବିକ୍ରି ହେବ ନାହିଁ ମାଛ ଓ ମାଂସ

ଆସୁଛି ଦେବ ଦେବ ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ ମାସ । ୧୧ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ଶ୍ରାବଣ ମାସ । ପାଣି ଭାର ନେବା ପାଇଁ ପ୍ରସ୍ତୁତ ହେଲେଣି କାଉଡିଆ । ଶିବ ଭକ୍ତଙ୍କ କାଉଡିଆ ଯାତ୍ରା କିପରି ସୁରୁଖୁରରେ ହେବ ସେନେଇ ସଜାଗ ଦିଲ୍ଲୀ ପ୍ରଶାସନ ଏବଂ ୟୁପି ପ୍ରଶାସନ । ତେବେ ଏଥର ଦିଲ୍ଳୀରେ ମଧ୍ୟ ଉତ୍ତରପ୍ରଦେଶ ମଡେଲ ଦେଖିବାକୁ ମିଳିବ । କାଉଡିଆ ଯାତ୍ରା ସମୟରେ ୟୁପିରେ ଯେପରି ମାଛ, ମାଂସ ସମ୍ପୂର୍ଣ୍ଣ ବନ୍ଦ ରୁହେ ସେହିପରି ଦିଲ୍ଲୀରେ ଏହି ଥର ମଧ୍ୟ କାଉଡିଆ ଯାତ୍ରା ସମୟରେ ମାଛ ମାଂସ ଦୋକାନ ବନ୍ଦ ରହିବ । ଏନେଇ ରେଖା ଗୁପ୍ତା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

di hi

ସରକାରଙ୍କ ଏହି ପ୍ରସ୍ତୁତି ଜାଣିବା ପରେ ଦିଲ୍ଲୀରେ ମାଛ-ମାଂସ ଦୋକାନରେ ତାଲା ପକାଇବା ଦାବି ତିବ୍ର ହୋଇ ଉଠିଛି । ଦିଲ୍ଲୀ ସରକାରର ମନ୍ତ୍ରୀ କପିଲ ମିଶ୍ରା ମଧ୍ୟ କହିଛନ୍ତି ଯେ କାଉଡିଆ ଯାତ୍ରା ସମୟରେ ମାଂସ ଦୋକାନ ବନ୍ଦ ରହିବ । କିନ୍ତୁ ଏହି ନିଷ୍ପତ୍ତିରେ ଏକମତ ନାହାଁନ୍ତି ଦୋକାନୀ । କିନ୍ତୁ ଏପର୍ଯ୍ୟନ୍ତ ଦିଲ୍ଲୀ ପୁଲିସ୍‌ ତରଫରୁ କାଉଡିଆ ଯାତ୍ରା ପାଇଁ ରୁଟ୍‌ ସମ୍ପର୍କରେ କୌଣସି ବଜ୍ଞପ୍ତି ଜାରି କରାଯାଇ ନାହିଁ ।

ସେପଟେ ବ୍ୟବସାୟୀମାନେ ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତିରେ ସହମତି ପ୍ରକାଶ କରୁନାହାଁନ୍ତି । ଦୋକାନୀମାନେ କହିଛନ୍ତି ଯେ ଯଦି ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସେ, ତେବେ ସେମାନେ ଦୋକାନ ବନ୍ଦ କରିଦେବେ ସତ କିନ୍ତୁ ଏହା ପୂରା ଗୋଟିଏ ମାସ ପାଇଁ ସେମାନଙ୍କ ଜୀବିକା ଉପରେ ପ୍ରଭାବ ପକାଇବ । ଏପଟେ ଉତ୍ତରପ୍ରଦେଶରେ ୧୦ ଜୁଲାଇ ରୁ ବନ୍ଦ ରହିବ ମାଛ-ମାଂସ ଦୋକାନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+