ଆତ୍ମସମର୍ପଣ କରିବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଭାବପ୍ରବଣ ହେଲେ କେଜ୍ରିୱାଲ
Arvind Kejriwal News: ଜୁନ୍ ୨ ତାରିଖ ଅର୍ଥାତ ରବିବାର ଦିନ ଆତ୍ମସମର୍ପଣ କରିବେ କେଜ୍ରିୱାଲ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ।
ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ପକ୍ଷରୁ ମୋତେ ୨୧ ଦିନର ସମୟ ମିଳିଛି । ଆସନ୍ତାକାଲି ୨୧ ଦିନ ସମାପ୍ତ ହେଉଛି | ରବିବାର ଅର୍ଥାତ ଜୁନ ୨ ତାରିଖ ଦିନ ମୋତେ ଆତ୍ମସମର୍ପଣ କରିବାକୁ ପଡିବ । ସେ ଆହୁରି କହିଛନ୍ତି, ମୁଁ ତିହାର ଜେଲକୁ ଯିବି, ମୁଁ ଜାଣେ ନାହିଁ ସେମାନେ ମୋତେ କେତେ ଦିନ ତିହାର ଜେଲରେ ରଖିବେ । ଦେଶକୁ ଏକଛତ୍ରବାଦୀ ଶାସନରୁ ରକ୍ଷା କରିବା ପାଇଁ ମୁଁ ଜେଲ ଯାଉଛି' ।
ଅରବିନ୍ଦ କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଦିନକୁ ଚାରିଥର ମୋତେ ଇନସୁଲିନ ଇଞ୍ଜେକ୍ସନ ଦିଆଯାଏ। ଜେଲରେ ସେମାନେ ଅନେକ ଦିନ ପାଇଁ ମୋର ଇଞ୍ଜେକ୍ସନ ବନ୍ଦ କରିଦେଲେ, ମୋର ସୁଗାର ସ୍ତର 300-325 ରେ ପହଞ୍ଚିଥିଲା । ଯଦି ସୁଗାର ଏତେ ଦିନ ପର୍ଯ୍ୟନ୍ତ ରହିଥାଏ, କିଡନୀ ଏବଂ ଯକୃତ ନଷ୍ଟ ହେବାର ଭୟ ଥାଏ । ସେମାନେ କ'ଣ ଚାହୁଁଥିଲେ, ସେମାନେ କାହିଁକି ଏପରି କଲେ ମୁଁ ଜାଣନ୍ତି ନାହିଁ ।

ସେ କହିଛନ୍ତି, ମୁଁ 50 ଦିନ ଜେଲରେ ଥିଲି ଏବଂ ଏହି 50 ଦିନରେ ମୁଁ 6 କିଲୋଗ୍ରାମ ଓଜନ ହ୍ରାସ କରିଛି । ଯେତେବେଳେ ମୁଁ ଜେଲକୁ ଗଲି, ମୋର ଓଜନ 70 କିଲୋଗ୍ରାମ ଥିଲା, ଆଜି ଏହା 64 କିଲୋଗ୍ରାମରେ ପହଞ୍ଚିଛି । ଜେଲରୁ ମୁକୁଳିବା ପରେ ମଧ୍ୟ ମୋର ଓଜନ ବଢୁ ନାହିଁ । ଡାକ୍ତରମାନେ କହୁଛନ୍ତି ଯେ, ଅନେକ ପରୀକ୍ଷା କରିବାକୁ ପଡିପାରେ। ପରିସ୍ରାରେ କେଟୋନ୍ ସ୍ତର ବହୁତ ଉଚ୍ଚ ହୋଇଛି ।
ସିଏମ୍ କେଜ୍ରିୱାଲ କହିଛନ୍ତି ଯେ, ଜୁନ ୨ ତାରିଖରେ ମୁଁ ଆତ୍ମସମର୍ପଣ କରିବି। ଏଥିପାଇଁ ମୁଁ ରାତି ପ୍ରାୟ 3 ଟାରେ ମୋ ଘରୁ ବାହାରିଯିବି । ବୋଧହୁଏ ଏଥର ସେମାନେ ମୋତେ ଅଧିକ ନିର୍ଯାତନା ଦେଇପାରନ୍ତି । ଆପଣ ମାନେ ନିଜ ଯତ୍ନ ନିଅନ୍ତୁ । ଯଦି ଆପଣ ମାନେ ଖୁସି ରହିବେ ତେବେ ଆପଣଙ୍କ କେଜ୍ରିୱାଲ ମଧ୍ୟ ଖୁସି ରହିବ । କେଜ୍ରିୱାଲ ଆହୁରି କହିଛନ୍ତି ଜେଲରେ ରୁହେ ନହେଲେ ବାହାରେ ମୁଁ ଦିଲ୍ଲୀର କାମ ବନ୍ଦ କରିବାକୁ ଦେବି ନାହିଁ ।
ସେ ଆହୁରି କହିଛନ୍ତି, "ଆପଣଙ୍କର ମାଗଣା ବିଦ୍ୟୁତ୍, ହସ୍ପିଟାଲ୍, ମାଗଣା ଔଷଧ, ଚିକିତ୍ସା, ମହିଳାମାନଙ୍କ ପାଇଁ ମାଗଣା ବସ୍ ଯାତ୍ରା, 24 ଘଣ୍ଟା ବିଦ୍ୟୁତ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିବ। ଫେରିବା ପରେ ମୁଁ ମଧ୍ୟ ପ୍ରତ୍ୟେକ ମା ଏବଂ ଭଉଣୀଙ୍କୁ ମାସକୁ ହଜାରେ ଟଙ୍କା ଦେବା ଆରମ୍ଭ କରିବି ।
ସେହିପରି ସେ ଆହୁରି କହିଛନ୍ତି, ଆପଣ ମାନେ ମୋତ ପାଇଁ ଯଦି ପ୍ରତ୍ୟେକ ଦିନ ପ୍ରାର୍ଥନା କରନ୍ତି ତେବେ ମୁଁ ନିଶ୍ଚିତ ଭାବରେ ସୁସ୍ଥ ରହିବି । ମୋ ପତ୍ନୀ ସୁନୀତା ବହୁତ ଶକ୍ତିଶାଳୀ, ଜୀବନର ପ୍ରତ୍ୟେକ କଠିନ ମୁହୂର୍ତ୍ତରେ ସେ ମୋତେ ସମର୍ଥନ କରିଆସିଛି । ଯେତେବେଳେ କଠିନ ସମୟ ଆସେ, ସମଗ୍ର ପରିବାର ଏକତ୍ରିତ ହୁଅନ୍ତି । ଆମେ ସମସ୍ତେ ଏକାଠି ଏକଛତ୍ରବାଦୀ ଶାସନକୁ ବିରୋଧ କରୁଛୁ ।












Click it and Unblock the Notifications