ଦିଲ୍ଲୀ ବିସ୍ଫୋରଣ: NIAକୁ ତଦନ୍ତ ଦାୟିତ୍ବ ଦେଲା ସ୍ବରାଷ୍ଟ୍ର ମନ୍ତ୍ରାଳୟ
ଦିଲ୍ଲୀ ବିସ୍ଫୋରଣର ତଦନ୍ତ ଭାର NIAକୁ ହସ୍ତାନ୍ତର। NIAକୁ ତଦନ୍ତ ଦାୟିତ୍ବ ଦେଲା ସ୍ବରାଷ୍ଟ୍ର ମନ୍ତ୍ରାଳୟ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ଯକ୍ଷତାରେ ଉଚ୍ଚସ୍ତରୀୟ ବୈଠକ। ବୈଠକରେ ଗୃହମନ୍ତ୍ରାଳୟର ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି। ବୈଠକରେ ସାମିଲ ହୋଇଛନ୍ତି କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଗୁଇନ୍ଦା ନିର୍ଦ୍ଦେଶକ, ଏନଆଇଏ ମହାନିର୍ଦ୍ଦେଶକ ଓ ଦିଲ୍ଲୀ ପୋଲିସ କମିଶନର ସାମିଲ ହୋଇଛନ୍ତି। ଏହା ସହ ଜାମ୍ମୁ ଓ କାଶ୍ମୀରର ଜିଡିପି ବି ବୈଠକରେ ଯୋଗ ଦେଇଛନ୍ତି।
ଅପରାଧୀମାନଙ୍କୁ କୌଣସି କ୍ଷେତ୍ରର ଛଡ଼ାଯିବ ନାହିଁ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏହା ସହ ସେ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।
ଦିଲ୍ଲୀ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୯ ହୋଇଛି। ତେଣେ ଏହା ଏକ ଆତ୍ମଘାତୀ ଘଟଣା ବୋଲି ଆଶଙ୍କା ପ୍ରକାଶ ପାଇଛି। ଦିଲ୍ଲୀ ବିସ୍ଫୋରଣ ଘଟଣା ପରେ ଉତ୍ତରପ୍ରଦେଶ ସମେତ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି। କିଛି ସ୍ଥାନରେ ରେଡ ବି ହୋଇଛି ।
ସେପଟେ ବିସ୍ଫୋରଣ ପଛରେ ଜୈସ-ଏ-ମହମ୍ମଦ ସଂଗଠନର ହାତ ଥିବା ସ୍ପଷ୍ଟ ହେବାରେ ଲାଗିଛି। ଦିଲ୍ଲୀ ବିସ୍ଫୋରଣ ପୂର୍ବରୁ ଜୈସ ସମର୍ଥନରେ ଶ୍ରୀନଗରର ବିଭିନ୍ନ ଅଞ୍ଚଳରେ ଲାଗିଥିଲା ପୋଷ୍ଟର। ପରେ ଜାମ୍ମୁ ଓ କାଶ୍ମୀର, ଉତ୍ତରପ୍ରଦେଶ, ହରିଆଣା, ଦିଲ୍ଲୀରେ ପୋଲିସ ତଦନ୍ତ କରିଥିଲା। ଦିଲ୍ଲୀ ବିସ୍ଫୋରଣ ଘଟଣା ପରେ ୩ କାଶ୍ମୀର ଡାକ୍ତର ଆଦିଲ ଅହମ୍ମଦ ରାଥର, ମୁଜାମିଲ ସକିଲ ଓ ଉମର ମହମ୍ମଦଙ୍କ ସମ୍ପର୍କ ନେଇ ତଦନ୍ତ କରାଯାଉଛି।

ଦିଲ୍ଲୀ ଲାଲ୍ଲକିଲ୍ଲାର ମେଟ୍ରୋ ରେଳ ଷ୍ଟେସନ୍ ନିକଟରେ ସୋମବାର ହୋଇଥିବା ଭୟଙ୍କର ବିସ୍ଫୋରଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ୩୦ରୁ ଅଧିକ ଆହତ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଏଏସଆଇ ଆଜି ଲାଲକିଲ୍ଲାକୁ ଆଗାମୀ ତିନି ଦିନ ପାଇଁ ବନ୍ଦ କରିଦେଇଛି। ଏହା ସହ ନେତାଜୀ ସୁଭାଷ ମାର୍ଗକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରିଦିଆଯାଇଛି।
ସୂଚନା ଅନୁଯାୟୀ, ଦିଲ୍ଲୀ ଟ୍ରାଫିକ୍ ପୋଲିସ ଆଜି ନେତାଜୀ ସୁଭାଷ ମାର୍ଗ ଏବଂ ସର୍ଭିସ୍ ରୋଡ୍ର ଉଭୟ ପାଶ୍ୱର୍କୁ ଜନସାଧାରଣଙ୍କ ସୁରକ୍ଷା ପାଇଁ ବନ୍ଦ କରିଦିଆଯାଇଛି। ଚଟ୍ଟା ରେଳ କଟ୍ରୁ ସୁଭାଷ ମାର୍ଗ କଟ୍ ପର୍ଯ୍ୟନ୍ତ କୌଣସି ଯାନବାହନକୁ ଅନୁମତି ଦିଆଯିବ ନାହିଁ। ଏହି କଟକଣାଗୁଡିକ ସକାଳ ୬ଟାରୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବଳବତ୍ତର ରହିବ। ଟ୍ରାଫିକ୍ ପୋଲିସ ଯାତ୍ରୀମାନଙ୍କୁ ଯାତାୟତରେ ବାଧା ସୃଷ୍ଟି ନହେବା ପାଇଁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପରାମର୍ଶ ଦେଇଛି।
ବିସ୍ଫୋରଣ ପରେ ତୁରନ୍ତ ଦିଲ୍ଲୀ ପୋଲିସ ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛି। ଆଇଜିଆଇ ବିମାନବନ୍ଦର, ଇଣ୍ଡିଆ ଗେଟ୍, ସଂସଦ ଭବନ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ପ୍ରତ୍ୟେକ ଯାନବାହାନ ଯାଞ୍ଚ କରାଯାଉଛି ଏବଂ ପୋଲିସ ଲୋକଙ୍କୁ ଯେକୌଣସି ସନ୍ଦିଗ୍ଧ ବସ୍ତୁ କିମ୍ବା କାର୍ଯ୍ୟକଳାପ ବିଷୟରେ ତୁରନ୍ତ ରିପୋର୍ଟ କରିବାକୁ ଅନୁରୋଧ କରିଛି। ଏହି ଘଟଣା ପରେ, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ସୁରକ୍ଷା ଦୃଷ୍ଟିରୁ ଆଗାମୀ ତିନି ଦିନ ପାଇଁ ଲାଲକିଲ୍ଲାକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି।












Click it and Unblock the Notifications