Delhi Air Pollution: ବିଷ ବଳୟରେ ଦିଲ୍ଲୀ, AQI ୫୦୦ ରେକର୍ଡ

Delhi Air Pollution: ଦିଲ୍ଲୀ, ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ ବାୟୁ ଗୁଣବତ୍ତା ସାଂଘାତିର ହେବାରେ ଲାଗିଛି । ଅଧିକାଂଶ AQI ଷ୍ଟେସନ ମଙ୍ଗଳବାର ସକାଳେ 500 ଟପିଛି । ଜାତୀୟ ରାଜଧାନୀ ଅଞ୍ଚଳରେ (ଏନସିଆର) ବାୟୁ ଗୁଣବତ୍ତା ଅତ୍ୟନ୍ତ ଉଚ୍ଚରେ ରହିଛି। କ୍ରମାଗତ ସପ୍ତମ ଦିନ କୁହୁଡ଼ିର ଘନ ସ୍ତର ଦେଖିବା ପାଇଁ ମିଳିଛି ।


କମ୍ ଦୃଶ୍ୟମାନତା ହେତୁ ଲୋକମାନେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ପ୍ରଦୂଷଣ ବୃଦ୍ଧି ହେତୁ ରାଜନୈତିକ ମାହୋଲ ମଧ୍ୟ ସରଗରମ ରହିଛି । ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ମଧ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିବାବେଳେ ଆଜି ପ୍ରଦୂଷଣ ହେତୁ ସ୍କୁଲ ଓ କଲେଜ ବନ୍ଦ ରଖାଯିବାର ନିଷ୍ପତ୍ତି ନିଆଯାଇଛି ।

ନଭେମ୍ବର 23 ପର୍ଯ୍ୟନ୍ତ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ନଭେମ୍ବର 22 ପର୍ଯ୍ୟନ୍ତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଅନଲାଇନ୍ କ୍ଲାସ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରରେ ନିୟମିତ କ୍ଲାସ୍ ନଭେମ୍ବର 25 ରୁ ଏବଂ JNU ନଭେମ୍ବର 23 ରୁ ଆରମ୍ଭ ହେବ । ବାୟୁ ପ୍ରଦୂଷଣ ପରିସ୍ଥିତିକୁ ସରକାର ଏକ ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି ବୋଲି ଘୋଷଣା କରିଛନ୍ତି ତେଣୁ କାର୍ଯ୍ୟାଳୟ ସମୟ ମଧ୍ୟରେ ଏହା ପରିବର୍ତ୍ତନ କରିଛି।

Delhi Air Pollution

ଦିଲ୍ଲୀ ସରକାରୀ କାର୍ଯ୍ୟାଳୟ ଆଜି ସକାଳ 10:00 ରୁ 6:30 ପର୍ଯ୍ୟନ୍ତ ଖୋଲିବ, ଏମସିଡି କାର୍ଯ୍ୟାଳୟଗୁଡ଼ିକ ବର୍ତ୍ତମାନ ସକାଳ 8:30 ରୁ 5:00 ପର୍ଯ୍ୟନ୍ତ ଖୋଲିବ ବୋଲି ଦିଲ୍ଲୀ ସରକାର ସୋମବାର ଘୋଷଣା କରିଛନ୍ତି । ବାୟୁ ପ୍ରଦୂଷଣ ସହ ଜଡିତ ରୋଗ ଉପରେ ନଜର ରଖିବା ପାଇଁ ଡାକ୍ତରଖାନାର ନେଟୱାର୍କ ବୃଦ୍ଧି କରାଯିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+