ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେନି ଦୀପାଳି
Deepali Das: ନବ ଦାସ ହତ୍ୟା ମାମଲା । ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେ ନାହିଁ ଦୀପାଳି ଦାସ । ହାଜର ନ ହେବାକୁ ଫୋନରେ ଜଣାଇବା ସହ ସମୟ ମାଗିଥିବା ନେଇ ସୂଚନା ରହିଛି । ଅନ୍ୟ କୌଣସି ଦିନ ବୟାନ ରେକର୍ଡ କରିବା ପାଇଁ ସମୟ ମାଗିଲେ ଦୀପାଳି । ସେହିପରି କ୍ରାଇମବ୍ରାଞ୍ଚ ଅଫିସ ପରିବର୍ତ୍ତେ ଝାରସୁଗୁଡ଼ାରେ ବାୟନ ରେକର୍ଡ କରିବା ପାଇଁ ଜଣାଇଲେ ।

ତେବେ ଏହି ଘଟଣାରେ ବର୍ତ୍ତମାନ ଯାଏଁ କ୍ରାଇମବ୍ରାଞ୍ଚର ତଦନ୍ତ ସମାପ୍ତ ହୋଇ ନାହିଁ । ଫାଇନାଲ ଚାର୍ଜସିଟ୍ ଦାଖଲ କରିନି କ୍ରାଇମବ୍ରାଞ୍ଚ । ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରାଯିବା ପରେ ବୟାନବାଜି ଲାଗି ରହିଥିବା ବେଳେ କ୍ରାଇମ୍ବ୍ରାଞ୍ଚ ନୋଟିସକୁ ନେଇ ଚର୍ଚ୍ଚା ଜୋର ଧରିଛି । କ୍ରାଇମ୍ବ୍ରାଞ୍ଚର ନୋଟିସ୍ ପରେ ଏବେ ସବୁ ମହଲରେ ଚର୍ଚ୍ଚା ।
ସୂଚନାଥାଉ ଯେ, ୨୦୨୩ ଜାନୁଆରୀ ୨୯ରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ବ୍ରଜରାଜନଗର ଗାନ୍ଧୀ ଛକରେ ନବ ଦାସଙ୍କୁ ଗୁଳି କରି ଏଏସଆଇ ଗୋପାଳ ଦାସ ହତ୍ୟା କରିଥିଲା ।












Click it and Unblock the Notifications