ଭୁବନେଶ୍ୱରରେ ପହଞ୍ଚିଲେ ଦୀପାଳି ଦାସ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ
ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ଭୁବନେଶ୍ୱର ପହଞ୍ଚିଛନ୍ତି ବିଧାୟିକା ଦୀପାଳି ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ଭୁବନେଶ୍ୱର ଆସିଛନ୍ତି ।
ଭୁବନେଶ୍ୱରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଏହି ବିଜୟ ହେଉଛି ଝାରସୁଗୁଡାବାସୀଙ୍କର, ଏହି ବିଜୟ ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର । ଏହି ଉପ-ନିର୍ବାଚନରେ ଦଳର ଅନେକ ବରିଷ୍ଠ ନେତୃମଣ୍ଡଳି ବହୁତ ପରିଶ୍ରମ କରଛନ୍ତି । ସମସ୍ତଙ୍କୁ ଭେଟି ସମସ୍ତଙ୍କଠୁ ଆଶୀର୍ବାଦ ନେବି । ସମସ୍ତେ ବହୁତ ପରିଶ୍ରମ କରିଛନ୍ତି । ସମସ୍ତଙ୍କୁ ଭେଟି ଆଶୀର୍ବାଦ ନେବି ।

ଦୀପାଳି ଆହୁରି କହିଛନ୍ତି, ମୋ ବାରାଙ୍କର ସ୍ୱପ୍ନ ଥିଲା... ଝାରସୁଗୁଡାର ନୂତନ ନିର୍ମାଣ । ଝାରସୁଗୁଡାର ବିକାଶର ସ୍ୱପ୍ନ ଦେଖିଥିଲେ ବାପା । ଆଉ ଆଜି ମୁଖ୍ୟମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ ବାପାଙ୍କ ସ୍ୱପ୍ନ ପୂରଣ କରିବି । ହାର୍ଟ ହସ୍ପିଟାଲ୍, କ୍ୟାନ୍ସର ହସ୍ପିଟାଲ୍, ଓଭର ବ୍ରିଜ୍ ଏବଂ ଅନ୍ୟାନ୍ୟ ବିକାଶର ସ୍ୱପ୍ନ ଦେଖିଥିଲେ ମୋ ବାପା । ତାକୁ ପୂରା କରିବାର ସମୟ ଆସିଯାଇଛି । ଝାରସୁଗୁଡାର ବିକାଶର ସ୍ୱପ୍ନ ପୂରଣ କରିବି ।
ମୋ ସୌଭାଗ୍ୟ ଓ ଗର୍ବ ଯେ ମୁଖ୍ୟମନ୍ତ୍ରୀ ମତେ ନିଜ ଝିଅ ଭାବେ ଦେଖୁଛନ୍ତି । ବାପା ଆଉ ନାହାନ୍ତି ସତ ହେଲେ ମୁଖ୍ୟମନ୍ତ୍ରୀଙ୍କ ହାତ ମୋ ମୁଣ୍ଡରେ ଅଛି । ତେଣୁ କିଏ କଣ କହିଲେ ମତେ କିଛି ଫରକ ପଡ଼ିବନି । ଜନତାଙ୍କ ଆଶୀର୍ବାଦ ଓ ବିଶ୍ୱାସ ମୋ ଉପରେ ଅଛି । ବାପା ବଞ୍ଚିଥିଲେ ବହୁତ ଖୁସି ହୋଇଥାନ୍ତେ । ତାଙ୍କ ସହ ଷ୍ଟେଜରେ ଭାଷଣ ଦେଇଛି ।"
ପ୍ରକାଶଥାଉକି, ଗତକାଲି ଝାରସୁଗୁଡ଼ା ଉପନିର୍ବାଚ ଫଳ ପ୍ରକାଶ ପାଇଥିଲା । ଏଥିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ।












Click it and Unblock the Notifications