ଆଜି କ୍ରାଇମବ୍ରାଞ୍ଚର ହାଜର ହୋଇ ପାରନ୍ତି ଦୀପାଳି ଓ ବିଶାଲ ଦାସ
Odisha News: ନବ ଦାସ ହତ୍ୟା ମାମଲାରେ ଆଜି କ୍ରାଇମବ୍ରାଞ୍ଚର ହାଜର ହୋଇ ପାରନ୍ତି ଝିଅ ଦୀପାଳି ଓ ପୁଅ ବିଶାଲ ଦାସ । ମାର୍ଚ୍ଚ ପ୍ରଥମ ସପ୍ତାହର ଯେ କୌଣସି ଦିନ ଉଭୟଙ୍କୁ ହାଜର ହେବା ପାଇଁ ନୋଟିସ ଦିଆଯାଇଥିଲା । ତେବେ ଆଜି ଉଭୟ ହାଜର ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ତେବେ ଏହି ଖବର ନେଇ ବର୍ତ୍ତମାନ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ କୌଣସି ଆପତ୍ତି ଥିଲେ ସେମାନେ ଜଣାଇପାରିବେ । ଅନ୍ୟପକ୍ଷରେ ଏହି ମାମଲାର ସିବିଆଇ ତଦନ୍ତ କରୁ ବୋଲି ଦାବି କରାଯାଉଛି ।












Click it and Unblock the Notifications