ମୃତଦେହ ଧରି ଡ୍ୟୁଟି କରିଥିଲା ଦୀପକ: ଅପର୍ଣ୍ଣାଙ୍କ ମୃତ୍ୟୁ ପରେ ପାଇଥିବା ଇନସ୍ୟୁରାନ୍ସରେ କିଣିଥିଲା ଫ୍ଲାଟ୍
ଲେଡି କନେଷ୍ଟବଳ ଶୁଭମିତ୍ରା ହତ୍ୟା ମାମଲାରେ ବଢିଲା ଅଭିଯୁକ୍ତ ଦୀପକର ଅଡ଼ୁଆ । ଅଭିଯୁକ୍ତ କନେଷ୍ଟବଳ ଦୀପକ ରାଉତଙ୍କ ଆର୍ଥିକ ନେଣଦେଣ ଘାଣ୍ଟିବ ପୋଲିସ । ବାଙ୍କୀ ଓ ବେଗୁନିଆ ଅଞ୍ଚଳରେ ଜାଗା କିଣିଥିବା ନେଇ ତଥ୍ୟ ମିଳିଛି ।
ଫ୍ଲାଟ୍ କିଣିବା ପାଇଁ ମଧ୍ୟ ଆଡଭାନସ ଦେଇଥିଲେ ଦୀପକ । ଭୁବନେଶ୍ୱରରେ ଜଣେ ବ୍ୟବସାୟୀଙ୍କ ସହ ହୋଇଥିଲା ଟଙ୍କା କାରବାର । ଟଙ୍କା କାରବାର ନେଇ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ ।

ସେପଟେ କ୍ରାଇମବ୍ରାଞ୍ଚ ତତ୍ତ୍ବାବଧାନରେ ହେବ ତଦନ୍ତ । ମାମଲାର ଅଗ୍ରଗତି ଓ ତଦନ୍ତ ଶୀଘ୍ର ସାରି ଠିକ ସମୟରେ ଚାର୍ଜସିଟ ଦାଖଲ ଦିଗରେ ଗୁରୁତ୍ବ ଦିଆଯିବ। ମାମଲା ସମ୍ବେଦନଶୀଳ ଥିବାରୁ ରେଡ ଫ୍ଲାଗ ଶ୍ରେଣୀଭୁକ୍ତ କରାଯାଇଛି। ଗତ ୬ତାରିଖରେ ଭୁବନେଶ୍ବରରେ ଶୁଭମିତ୍ରାଙ୍କୁ ହତ୍ୟା ପରେ କାରରେ ମୃତଦେହ ନେଇ ଘଟଗାଁ ରାଜବନ୍ଧରେ ପୋଖରି ହୁଡ଼ାରେ ପୋତି ଦେଇଥିଲେ । ଶୁଭମିତ୍ରା ନିଖୋଜର ୧୦ ଦିନ ପରେ ହତ୍ୟା ମାମଲାରୁ ପରଦା ଉଠାଇଥିଲା ପୋଲିସ । ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ପରିବାର ବି ଝିଅର ସନ୍ଦେହଜନକ ମୃତ୍ଯୁର ତଦନ୍ତ ପାଇଁ ଉଠାଇଲେ ଦାବି ।
ଖୋଲୁଛି ଅଭିଯୁକ୍ତ ଦୀପକ ରାଉତ ଅପରାଧର ସତ। ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣାକୁ ନେଇ ପୁରା ସତ ସେ ପୋଲିସ ଆଗରେ କହିଛି । ସେପ୍ଟେମ୍ବର ୬ ତାରିଖରେ ଭୁବନେଶ୍ୱରରେ ହତ୍ୟା କରିଥିଲା । ଆଉ ହତ୍ୟା ପରେ ମୃତଦେହକୁ କାର ଭିତରେ ରଖି ଡ୍ୟୁଟି କରିଥିଲା । ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟରେ ମୃତଦେହକୁ କାରରେ ରଖିଥିଲା ।
ସିପି ଅଫିସରେ କିରାଣୀ ଭାବେ କାମ କରୁଥିଲା ଦୀପକ। ସିସିଟିଭି, ବନ୍ଧୁକଧାରୀ ସୁରକ୍ଷାକର୍ମୀ, ସମସ୍ତେ ଥିବା ସତ୍ୱେ କେହି ମଧ୍ୟ ଏସବୁର ଟେର୍ ପାଇ ନଥିଲେ । ଅତି ସହଜରେ ସେଦିନ ସେ କାମ କରିଥିଲା । ଆଉ ସେଦିନ ହତ୍ୟା ପରେ ଘଟଗାଁର ଏକ ଜଙ୍ଗଲକୁ ନେଇ ପୋତି ଦେଇଥିଲା । ଏହା ପରେ ପୁଣି ଆସି ସେ ଅଫିସରେ ଡ୍ୟୁଟି କରିଥିଲା ।
ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣା ଜଣାପଡିବା ପରେ ପୋଲିସ ଦୀପକକୁ ପ୍ରଥମେ ସସପେଣ୍ଡ କରି ଗିରଫ କରିଥିଲା। ଶୁଭମିତ୍ରାଙ୍କ ଆଗରୁ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲା ଦୀପକ। ଅପର୍ଣ୍ଣାଙ୍କ ମୃତ୍ୟୁ ପଛର ରହସ୍ୟ ଏବେ ସନ୍ଦେହଘେରକୁ ଆସିଛି । ୨୦୧୮ ଏପ୍ରିଲ ୨୫ ତାରିଖରେ ଢେଙ୍କାନାଳ ତିଳପଦା ଗାଁର ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ। ଅପର୍ଣ୍ଣା ଜଣେ ଆରଆଇ ଥିଲେ । ୨୦୨୨ ମାର୍ଚ୍ଚ ୧୭ ତାରିଖ ରାତି ୯ଟାରେ ଦୀପକ ଓ ତାଙ୍କ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀ ଏକ କାରରେ ଢେଙ୍କାନାଳରୁ ଭୁବନେଶ୍ୱର ଆସୁଥିଲେ । ଖୁଣ୍ଟୁଣୀ ଥାନା ରାଧାଦାମୋଦରପୁର ନିକଟରେ ଅପର୍ଣ୍ଣାଙ୍କୁ ପରିସ୍ରା ଲାଗିବାରୁ କାରରୁ ଓହ୍ଲାଇଥିଲେ। ଏହି ସମୟରେ ଏକ ଟ୍ରକ ତାଙ୍କୁ ଧକା ଦେଇଥିଲା ବୋଲି ଥାନାରେ ଅଭିଯୋଗ କରିଥିଲେ ଦୀପକ । ଅଭିଯୋଗ ଅନୁସାରେ ସେଠାରେ ଆମ୍ବୁଲାନ୍ସ ବିଳମ୍ବ ହେବାରୁ ନିଜ କାରରେ କଟକର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ଚିକିତ୍ସା ସମୟରେ ଅପର୍ଣ୍ଣାଙ୍କର ମୃତ୍ୟୁ ହୋଇଛି ବୋଲି ଡାକ୍ତର ଘୋଷଣା କରିବାପରେ ଖୁଣ୍ଟୁଣୀ ଥାନାରେ ମାମଲା ରୁଜୁ ହୋଇଥିଲା। ପୋଲିସତଦନ୍ତ ବେଳେ କୌଣସି ଟ୍ରକର ପତ୍ତା ପାଇନଥିଲା। ଶେଷରେ ଦୁର୍ଘଟଣା ଜନିତ ହତ୍ୟା କରି ମାମଲା ବନ୍ଦ କରିଦେଇଥିଲା ପୋଲିସ ।
ସେପଟେ ମହିଳା କନେଷ୍ଟବଳଙ୍କ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ମୃତକଙ୍କ ଭାଇ । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏହି ମାମଲାରେ ତଦନ୍ତକୁ ଜୋରଦାର କରିଛି କମିଶନରେଟ ପୋଲିସ । ମାମଲା ସମ୍ବେଦନଶୀଳ ଥିବାରୁ ରେଡ ଫ୍ଲାଗ ଶ୍ରେଣୀଭୁକ୍ତ କରାଯାଇଛି। ଏହି ମାମଲାର କ୍ରାଇମବ୍ରାଞ୍ଚ ବରିଷ୍ଠ ଅଧିକାରୀ ନିରୀକ୍ଷଣ କରିବେ। ମାମଲାର ଅଗ୍ରଗତି ଓ ତଦନ୍ତ ଶୀଘ୍ର ସାରି ଠିକ ସମୟରେ ଚାର୍ଜସିଟ ଦାଖଲ ଦିଗରେ ଗୁରୁତ୍ବ ଦିଆଯିବ। ପୂର୍ବରୁ ଗୋପାଳପୁର ଓ ବାଲେଶ୍ବର ଭଳି ଘଟଣା ହୋଇଥିଲା ଅନ୍ତର୍ଭୁକ୍ତ।
ସେପଟେ ଗିରଫ ଅଭିଯୁକ୍ତ କନେଷ୍ଟବଳ ଦୀପକ ରାଉତର ନୂଆ ଠିକଣା ଏବେ ଭୁବନେଶ୍ବର ଝାରପଡ଼ା ଜେଲ । ଶୁଭମିତ୍ରାଙ୍କୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ଓ ପ୍ରମାଣ ନଷ୍ଟ ମାମଲାରେ ସ୍ବାମୀ ଦୀପକ କୁମାର ରାଉତ ସମେତ ବିନୋଦ ଭୂୟାଁ ଓରଫ ପପୁ ଓସମ୍ପର୍କୀୟ ପୁତୁରା ସମ୍ଭୁ ମହନ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଦୀପକ ପ୍ରଥମ ପତ୍ନୀର ମୃତ୍ୟୁ ପରେ ଲେଡି ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରାଙ୍କୁ ଗତବର୍ଷ କୋର୍ଟ ମ୍ୟାରେଜ କରିଥିଲା । ଗତ ୬ତାରିଖରେ ଭୁବନେଶ୍ବରରେ ଶୁଭମିତ୍ରାଙ୍କୁ ହତ୍ୟା ପରେ କାରରେ ମୃତଦେହ ନେଇ ଘଟଗାଁ ରାଜବନ୍ଧରେ ପୋଖରି ହୁଡ଼ାରେ ପୋତି ଦେଇଥିଲେ । ଶୁଭମିତ୍ରା ନିଖୋଜର ୧୦ ଦିନ ପରେ ହତ୍ୟା ମାମଲାରୁ ପରଦା ଉଠାଇଥିଲା ପୋଲିସ ।












Click it and Unblock the Notifications