ଓଡ଼ିଶା ଉପକୂଳ ଦେ ଅତିକ୍ରମ କଲା ଗଭୀର ଅବପାତ, ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କଲା ଅବପାତ । ସକାଳ ସାଢ଼େ୧୦ଟାରୁ ସାଢ଼େ ୧୧ଟା ଭିତରେ ପୁରୀ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ଡିପ୍‌ ଡିପ୍ରେଶନ । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

rain

ଗଭୀର ଅବପାତ ପ୍ରଭାବରେ ରବିବାର ସାରା ରାଜ୍ୟରେ ଭୀଷଣ ବର୍ଷା ହେବ। ଅତି ଭୀଷଣ ବର୍ଷା ସମ୍ଭାବନା ଥିବା ୧୦ ଜିଲାକୁ ରେଡ ୱାର୍ନିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲାଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, ନୟାଗଡ଼ ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି । ରେଡ ୱାର୍ନିଂ ଜିଲାର କିଛି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ ।

ସେହିପରି ୧୨ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ନିଂ ଦିଆଯାଇଛି । ବାକି ୮ ଜିଲାକୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ସତର୍କତା ଜାରି କରିଛି । ସନ୍ଧ୍ୟା ଯାଏ ଶକ୍ତିଶାଳୀ ହୋଇ ଆଗକୁ ବଢ଼ିବ ଡିପ ଡିପ୍ରେସନ । ତେବେ ମଧ୍ୟରାତ୍ରିରେ ଦୁର୍ବଳ ପଡ଼ିପାରେ ବୋଲି କୁହାଯାଉଛି॥ ତେବେ ପରବର୍ତ୍ତୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଛତିଶଗଡ଼ ଆଡକୁ ଗତି କରିବ। ସମୁଦ୍ର ଅଶାନ୍ତ ରହିଛି। ଏଥିପାଇଁ ୧୧ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରାଯାଇଛି ।

ଗଭୀର ଅବପାତ ଫଳରେ ପୁରୀ ସମୁଦ୍ର ଜୁଆରିଆ ହୋଇଛି । ପବନର ଗତି ଧୀରେ ଧୀରେ ବଢୁଛି । ସମୁଦ୍ର ପ୍ରତିଦିନ ଯେଉଁଭଳି ଏ ଜୁଆର ରହିଥାଏ ତା ଠାରୁ ଅଧିକ ଜୁଆର କୂଳକୁ ମାଡି ଆସୁଛି । ତଥାପି ସମୁଦ୍ରରେ ପର୍ଯ୍ୟଟକମାନେ ବୁଲାବୁଲି କରୁଥିବା ଓ ଗାଧଉଥିବା ଦେଖିବାକୁ ମିଳିଛି । ତେବେ ସମୁଦ୍ର ଅଶାନ୍ତ ଥିବାରୁ ପର୍ଯ୍ୟଟକମାନଙ୍କୁ ଲାଇଫଗାର୍ଡମାନେ ସତର୍କ କରାଉଛନ୍ତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+